ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଅକ୍ଟୋବର ୧ରୁ ଖୋଲିବ ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ

କେନ୍ଦ୍ରାପଡା: ଅକ୍ଟୋବର ୧ରୁ ଖୋଲିବ ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ । ଦୀର୍ଘ ୭ ମାସ ପରେ ଖୋଲିବ ଭିତରକନିକା । କରୋନା ମହାମାରୀ ବ୍ୟାପିବା ପରେ କେନ୍ଦ୍ର ଓ ରାଜ୍ୟ ସରକାର ତାଲାବନ୍ଦ ଘୋଷଣା କରିଥିଲେ । ଦିନରେ ପର୍ଯ୍ୟଟକମାନେ ଜାତୀୟ ଉଦ୍ୟାନ ମଧ୍ୟକୁ ପ୍ରବେଶ କରି ବୁଲିବା ଉପରେ କଟକଣା ରହିଛି ।

ଯେଉଁ ପର୍ଯ୍ୟଟକମାନେ ରାତ୍ରୀ ଯାପନ କରିବାକୁ ରୁମ୍‌ ବୁକିଂ କରିବେ । ସେମାନଙ୍କୁ ପରିଭ୍ରମଣର ସୁଯୋଗ ମିଳିବ । ଡାଙ୍ଗମାଳରେ ଥିବା ୧୬ଟି କଟେଜରେ ପର୍ଯ୍ୟଟକଙ୍କୁ ରହିବାର ସୁଯୋଗ ଦିଆଯିବ । ଗୁପ୍ତି ଓ ହବାଳୀଖଟିରେ ଥିବା କଟେଜ ବୁକିଂ କରାଯିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.