ସୁନା କିଣିବାକୁ ଚାହୁଁଥିଲେ, ଏଠାରେ ଜାଣନ୍ତୁ କେତେ ରହିଛି ଆଜିର ଦର

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୪୩,୭୯୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୮୦୦ ଟଙ୍କା ହୋଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନାଦର ଦଶ ଗ୍ରାମ ପ୍ରତି ୪୪,୫୫୦ ଟଙ୍କା ଓ ୪୮,୯୦୦ ଟଙ୍କା ହୋଇଛି।

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୬, ୪୬୦ ଟଙ୍କା ଓ ୪୭,୪୬୦ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୬,୭୦୦ ଟଙ୍କା ଓ ୫୦,୯୫୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୫,୧୭୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୪୯,୨୮୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୬,୯୫୦ ଟଙ୍କା ଓ ୪୯,୬୫୦ ଟଙ୍କା ରହିଛି ।

ଅନ୍ୟପଟେ ରୁପା ଦାମ୍‌ ମଧ୍ୟ ଆଜି ବଢିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୫,୯୦୦ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି। ଦିଲ୍ଲୀ, ମୁମ୍ବାଇ ଏବଂ କଲିକତାରେ ୬୫,୯୦୦ରହିଥିବା ବେଳେ ଚେନ୍ନାଇରେ ୭୦,୨୦୦ ଟଙ୍କା ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.