ସୁନା ଦର ହେଉଛି ଆକାଶ ଛୁଆଁ , ଜାଣନ୍ତୁ ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ ସୁନାର ଦାମ୍

ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ଯୋଗୁଁ ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୬୬,୨୧୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୨,୨୩୦ ଟଙ୍କା ରହିଛି । ସେହିପରି ଓଡ଼ିଶାରେ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୬୬,୨୧୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୨ ହଜାର ୨୩୦ ହୋଇଛି ।

ଦେଶରେ ସୁନା ମୂଲ୍ୟ ହୁ ହୁ ହୋଇ ବଢ଼ି ଚାଲିଛି । ଏହା କ୍ରମାଗତ ଭାବେ ରେକର୍ଡ ଭାଙ୍ଗି ଚାଲିଛି । ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ଯୋଗୁଁ ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୬୬,୨୧୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୨,୨୩୦ ଟଙ୍କା ରହିଛି । ସେହିପରି ଓଡ଼ିଶାରେ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୬୬,୨୧୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୨ ହଜାର ୨୩୦ ହୋଇଛି ।

ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୬୬,୨୧୦ ଟଙ୍କା ଓ ୭୩,୩୭୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୬୬,୩୬୦ ଟଙ୍କା ଓ ୭୨,୩୮୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୬୭,୨୬୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୭୩,୩୭୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୬୬,୨୧୦ ଟଙ୍କା ଓ ୭୨,୨୩୦ ଟଙ୍କା ରହିଛି । ଅନ୍ୟ ପଟେ ରୁପାଦର ମଧ୍ୟ ବୃଦ୍ଧି ହୋଇ କେଜି ପ୍ରତି ୮୫ ହଜାର ୯୦୦ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.