ସର୍ବକାଳୀନ ରେକର୍ଡ଼ ଭାଙ୍ଗିଲା ସୁନା ଦର, ୨୪ କ୍ୟାରେଟ ଛୁଇଁଛି ୭୦ହଜାର ୪୭୦ ଟଙ୍କା
ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୬୪,୬୧୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୦ ହଜାର ୪୭୦ ଟଙ୍କା ରହିଛି । ସେହିପରି ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ପଡିଛି । ୧୦ ଗ୍ରାମ ୨୪ କ୍ୟାରେଟ ସୁନା ୭୦ ହଜାର ଟପି ଥିବା ବେଳେ ୨୨ କ୍ୟାରେଟ୍ ସୁନା ଦର ୬୪ ହଜାର ଟପିଛି। ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୭୦ ହଜାର ୪୭୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୨ କ୍ୟାରେଟ୍ ସୁନା ଦର ୬୪ ହଜାର ୬୧୦ ହୋଇଛି ।

୭୦ ହଜାର ଡେଇଁଲା ସୁନା । ସର୍ବକାଳୀନ ରେକର୍ଡ଼ ଭାଙ୍ଗିଲା ଦର । ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ଯୋଗୁଁ ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୬୪,୬୧୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୦ ହଜାର ୪୭୦ ଟଙ୍କା ରହିଛି । ସେହିପରି ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ପଡିଛି । ୧୦ ଗ୍ରାମ ୨୪ କ୍ୟାରେଟ ସୁନା ୭୦ ହଜାର ଟପି ଥିବା ବେଳେ ୨୨ କ୍ୟାରେଟ୍ ସୁନା ଦର ୬୪ ହଜାର ଟପିଛି। ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୭୦ ହଜାର ୪୭୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୨ କ୍ୟାରେଟ୍ ସୁନା ଦର ୬୪ ହଜାର ୬୧୦ ହୋଇଛି ।
ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୬୪,୬୧୦ ଟଙ୍କା ଓ ୭୦,୪୮୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୬୪,୭୬୦ ଟଙ୍କା ଓ ୭୦,୬୩୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୬୫,୪୬୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୭୧,୪୧୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୬୪,୬୧୦ ଟଙ୍କା ଓ ୭୦,୪୮୦ ଟଙ୍କା ରହିଛି ।
ଏପ୍ରିଲ ମାସର ପ୍ରଥମ ୪ ଦିନରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୨୨୯୦ ଟଙ୍କା ବଢ଼ିଛି। ୨୨ କ୍ୟାରେଟ ସୁନା ଦର ୨୧ଶହ ଟଙ୍କା ବଢ଼ିଛି। ବିଶ୍ଵ ବଜାରରେ ଲାଗି ରହିଥିବା ଅସ୍ଥିରତାର ପ୍ରଭାଵରୁ ବଢ଼ି ଚାଲିଛି ସୁନା ଦର। ଅନ୍ୟ ପଟେ ଡଲାରା ତୁଳନାରେ ଟଙ୍କାର ବିନିମୟ ମୂଲ୍ୟରେ ହ୍ରାସ ହୋଇଥିବାରୁ ଦର ବୃଦ୍ଧି ପାଉଥିବା କୁହାଯାଉଛି। ସୁନା ଦର ବୃଦ୍ଧି ପାଇଥିବାରୁ ଦୋକାନରେ ଗ୍ରାହକଙ୍କ ସଂଖ୍ୟା କମିଛି। ଆସନ୍ତା ଦୁଇ ମାସ ପର୍ଯ୍ୟନ୍ତ ଏହି ଭଳି ଦର ରହିବ ବୋଲି କହିଛନ୍ତି ବ୍ୟବସାୟୀ। ଯାହା ଦ୍ଵାରା ଏବେ ଗ୍ରାହକମାନଙ୍କ ସଂଖ୍ୟା କମୁଛି । ଅନ୍ୟ ପଟେ ରୁପାଦର ମଧ୍ୟ ବୃଦ୍ଧି ହୋଇ କେଜି ପ୍ରତି ୭୯ ହଜାର ଟପିଛି।