Below header

ଜାଣନ୍ତୁ ସୁନା ଋଣ ପାଇଁ କେଉଁ ବ୍ୟାଙ୍କ୍ ଦେଉଛି ସବୁଠୁ ଶସ୍ତା ଗୋଲ୍ଡ୍ ଲୋନ୍

ଯଦି କିଛି ଲୋକ କୌଣସି କାମ ପାଇଁ ଅଧିକ ଟଙ୍କା ଦରକାର କରନ୍ତି। ତେବେ ସେମାନେ ଖାସ୍ କରି ଲୋନ ଉପରେ ନିର୍ଭର କରନ୍ତି। ହେଲେ ଅଧିକ ଗ୍ରାହକ ଜାଣନ୍ତିନି ଯେ ତାଙ୍କୁ କେଉଁ ବ୍ୟାଙ୍କରୁ ଋଣ ନେବାର ଅଛି। କେଉଁ ବ୍ୟାଙ୍କରୁ ଋଣ ନେଲେ କମ୍ ସୁଧ ଦେବାକୁ ପଡ଼ିବ। ଆଜି ଆମେ ଆପଣଙ୍କୁ କହିବୁ ସେହି ବେଷ୍ଟ ଗୋଲ୍ଡ ଲୋନ ବିଷୟରେ। ଯଦି ଆପଣ ସୁନା ଋଣ ନେବାକୁ ଚାହାଁନ୍ତି, ତେବେ ଜାଣନ୍ତୁ କେଉଁ ବ୍ୟାଙ୍କ ସବୁଠାରୁ ଶସ୍ତା ସୁନା ଋଣ ଦେଉଛି। ଏହା ଜାଣିବା ଆପଣଙ୍କ ପକ୍ଷେ ନିହାତି ଦରକାର।

ଗୋଲ୍ଡ ଲୋନ ହେଉଛି ଏପରି ଏକ ବିକଳ୍ପ ଯାହା ମାଧ୍ୟମରେ ଘରେ ରଖାଯାଇଥିବା ସୁନକୁ ସଠିକ୍ ଭାବରେ ବ୍ୟବହାର କରାଯାଇପାରିବ। କେଉଁ ବ୍ୟାଙ୍କ ଭଲ ସୁନା ଋଣ ପାଇଁ ସର୍ବନିମ୍ନ ହାର ପ୍ରଦାନ କରୁଛି, ଏହା ମଧ୍ୟ ଜାଣିବା ଦରକାର। ଯଦି ଆପଣଙ୍କର ହଠାତ୍ ଟଙ୍କା ଦରକାର, ତେବେ ଘରେ ରଖାଯାଇଥିବା ସୁନା ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ। ଦେଶରେ ଅନେକ ସୁନା ଋଣ ଦେବା ପାଇଁ କମ୍ପାନୀ ଅଛି ଯେଉଁମାନେ ଘରେ ରଖାଯାଇଥିବା ସୁନା ପାଇଁ ଲୋନ ଦେଇପାରିବେ। ଏହା ବ୍ୟତୀତ, ଅନେକ ବ୍ୟାଙ୍କ ଅଛି, ଯେଉଁମାନେ ଘରେ ରଖାଯାଇଥିବା ସୁନା ପାଇଁ ଆପଣଙ୍କୁ ମଧ୍ୟ ଲୋନ ଦେଇପାରିବେ।

ଏଠାରେ ଆମେ ଆପଣଙ୍କୁ ଆଜି କହୁଛୁ କେଉଁ ବ୍ୟାଙ୍କର ସୁନା ଋଣ ସବୁଠାରୁ ଶସ୍ତା:

. ଫେଡେରାଲ୍ ବ୍ୟାଙ୍କ ଗ୍ରାହକମାନଙ୍କୁ ୬.୯୯ ପ୍ରତିଶତ ସୁଧ ହାରରେ ଶସ୍ତା ସୁନା ଋଣ ଯୋଗାଉଛି। ଦେଶର ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଏସବିଆଇ ୭ ପ୍ରତିଶତ ସୁଧରେ ସୁନା ଋଣ ପ୍ରଦାନ କରୁଛି। ପଞ୍ଜାବ ଆଣ୍ଡ ସିଣ୍ଡ ବ୍ୟାଙ୍କ ମଧ୍ୟ ୭ ପ୍ରତିଶତ ସୁଧ ହାରରେ ଗୋଲ୍ଡ ଲୋନ ପ୍ରଦାନ କରୁଛି। ଏହା ଛଡ଼ା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ୭.୨୫ ପ୍ରତିଶତ ସୁଧରେ ଗୋଲ୍ଡ ଲୋନ ନେବାରେ ସୁବିଧା ପ୍ରଦାନ କରୁଛି।

. କାନାଡା ବ୍ୟାଙ୍କରେ ୭.୩୫ ପ୍ରତିଶତ ହାରରେ ସୁନା ଋଣ ଆପଣ ପାଇପାରିବେ। ଇଣ୍ଡିଆନ୍ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ୮ ପ୍ରତିଶତରେ ସୁନା ଋଣ ଦେଉଛି।

. ବ୍ୟାଙ୍କ ଅଫ୍ ଇଣ୍ଡିଆ (BOI) ୮.୪୦ ପ୍ରତିଶତରେ ସୁନା ଋଣ ସୁବିଧା ପ୍ରଦାନ କରୁଛି । ଆପଣ କର୍ଣ୍ଣାଟକ ବ୍ୟାଙ୍କରୁ ୮.୪୯ ପ୍ରତିଶତ ହାରରେ ସୁନା ଋଣ ନେଇପାରିବେ। ୟୁକୋ ବ୍ୟାଙ୍କରୁ ୮.୫୦ ପ୍ରତିଶତ ହାରରେ ସୁନା ଋଣ ଆପଣ
ପାଇପାରିବେ।
. ଆପଣ HDFC ବ୍ୟାଙ୍କରୁ ମଧ୍ୟ ୮.୫୦ ପ୍ରତିଶତ ସୁଧ ହାର ସହିତ ଗୋଲ୍ଡ ଲୋନ ନେଇପାରିବେ। ବନ୍ଧା ପକାଯାଇଥିବା ବା ଋଣ ରଖାଯାଇଥିବା ସୁନା ମୂଲ୍ୟର ୭୫ ପ୍ରତିଶତ ପର୍ଯ୍ୟନ୍ତ ଫଣ୍ଡ ଗୋଲ୍ଡ ଲୋନ ଆକାରରେ ନେଇପାରିବେ। ଏହା ଛଡ଼ା ସବୁଠୁ ବଡ଼ କଥା ହେଉଛି ସୁନାର ଶୁଦ୍ଧତା ଏବଂ ଅନ୍ୟାନ୍ୟ ମାପଦଣ୍ଡ ପୂରଣ ଉପରେ ନିର୍ଭର କରି ସୁନାର ସୁଧ ହାର ନିର୍ଣ୍ଣୟ କରାଯାଏ। ତେବେ କହିବାକୁ ଗଲେ ଏହି ସବୁ ବ୍ୟାଙ୍କ ଗୁଡିକରୁ ଆପଣ ଭଲ ଗୋଲ୍ଡ ଲୋନ ପାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.