ମାରାଥନ୍‌ ଦୌଡ଼ ପରେ ହାର୍ଟ ଆଟାକ୍‌, ମୃତ୍ୟୁର ଶିକାର ହେଲେ ପୂର୍ବତନ ରଣଜୀ ଖେଳାଳି

ଚଣ୍ଡିଗଡ଼ : ମାରାଥନ୍‌ ଦୌଡ଼ିବା ପରେ ଜଣେ ପୂର୍ବତନ ରଣଜୀ ଖେଳାଳିଙ୍କର ମୃତ୍ୟୁ ଘଟିଛି । ତାଙ୍କ ନାଁ ପ୍ରଣବ ମହାଜନ । ଆଜି ସକାଳେ ଚଣ୍ଡିଗଡ଼ ଠାରେ ବୈଶାଖୀ ମାରାଥନ୍‌ ଦୌଡ଼ ଅନୁଷ୍ଠିତ ହେଉଥିଲା । ଏଥିରେ ପ୍ରଣବ ଭାଗ ନେଇଥିଲେ । ଦୌଡ଼ ଶେଷ ହେବାର ପ୍ରାୟ ଘଣ୍ଟାକ ପରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା ।

ଆଜିର ମାରାଥନ୍‌ ଦୌଡ଼ ଥିଲା ୨୧ କିଲୋମିଟର । ଯାହାକୁ ପ୍ରଣବ ୧ ଘଣ୍ଟା ୫୨ ମିନିଟ୍‌ରେ ଶେଷ କରିଥିଲେ । ୩୫ରୁ ୪୫ ବର୍ଷ ବୟସ ବର୍ଗରେ ୧୮୨ ଜଣଙ୍କ ମଧ୍ୟରେ ସେ ୩୪ତମ ସ୍ଥାନରେ ଥିଲେ ।ତେବେ ଦୌଡ଼ ଶେଷ ହେବାର କିଛି ସମୟ ପରେ ତାଙ୍କୁ ହାର୍ଟ ଆଟାକ ଆସିଥିଲା ଏବଂ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ପ୍ରଣବ ମହାଜନ ଥିଲେ ଜମ୍ମୁ କଶ୍ମୀରର ପୂର୍ବତନ ରଣଜୀ ଖେଳାଳି । ସେ ୨୦୦୪ରୁ ୨୦୦୯ ମସିହା ମଧ୍ୟରେ ପ୍ରାୟ ୧୦ଟି ମ୍ୟାଚ୍‌ ଖେଳିଥିଲେ । ତେବେ କ୍ରିକେଟ୍‌ ଛାଡ଼ିବା ପରେ ସାଇକେଲିଂ ଓ ମାରାଥନ୍‌ ଦୌଡ଼ରେ ଭାଗ ନେଉଥିଲେ । ତାଙ୍କ ପରଲୋକରେ ମାରାଥନ୍‌ ଆୟୋଜକ ଓ କ୍ରୀଡ଼ା ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.