ସୁନା ପ୍ରେମୀଙ୍କ ପାଇଁ ଆସିଛି ଶୁଭ ଖବର, ହ୍ରାସ ପାଇଲା ସୁନା ଦର

ଭାରତୀୟଙ୍କ ପାଇଁ ଗୁରୁବାର ଏକ ଶୁଭ ଖବର ଆସିଛି । ଗୁରୁବାର ସନ୍ଧ୍ୟା ସୁଦ୍ଧା ସୁନା ମୂଲ୍ୟରେ ଏକ ବଡ଼ ଧରଣର ହ୍ରାସ ଘଟିଥିବା ଲକ୍ଷ କରାଯାଇଛି । ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୧୧୧୦ ଟଙ୍କା କମି ୪୭,୫୫୦ ଟଙ୍କାରେ ପହଁଚିଥିବା ବେଳେ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ବି ୧୦ ଗ୍ରାମ ପ୍ରତି ସମାନ ଭାବେ ୧୧୧୦ ଟଙ୍କା ହ୍ରାସ ପାଇ ୪୬୫୫୦ ଟଙ୍କାରେ ଛୁଇଁଛି । ଯେବେକି ପୂର୍ବ ଦିନ ଏହି ଦର ଯଥାକ୍ରମେ ୪୮,୬୬୦ ଟଙ୍କା ଓ ୪୭,୬୬୦ ଟଙ୍କାରେ ସ୍ଥିର ରହିଥିବା ରେକର୍ଡ ହୋଇଥିଲା । ସେହିପରି ଦେଶର ପ୍ରମୁଖ ସହର ମାନଙ୍କରେ ବି ଏହି ମୂଲ୍ୟବାନ ଧାତୁ ମୂଲ୍ୟରେ ଏକ ବଡ଼ ଧରଣର ପରିବର୍ତ୍ତନ ଆସିଥିବା ଲକ୍ଷ କରାଯାଇଛି । ମୁମ୍ବାଇ ସହରରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ଦର ୪୭,୫୫୦ ଟଙ୍କା ଓ ୪୬୫୫୦ ଟଙ୍କା ରହିଥିବା ବେଳେ ରାଜଧାନୀ ଦିଲ୍ଲୀରେ ଏହି ମୂଲ୍ୟ ଯଥାକ୍ରମେ ୪୮,୩୬୦ ଟଙ୍କା ଓ ୪୭,୧୬୦ ଟଙ୍କା ଥିବା ଜଣାଯାଇଛି । ସେହିପରି ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ଗୁରୁବାର ସନ୍ଧ୍ୟା ସୁଦ୍ଧା ଉଭୟ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ୫୦,୯୫୦ ଟଙ୍କା ଓ ୪୬,୩୪୦ ଟଙ୍କାରେ ସ୍ଥିର ରହିଥିବା ଜଣାଯାଇଛି ।

ଅନ୍ୟତମ ପ୍ରମୁଖ ସୁନା ବଜାର କୋଲକାତାରେ ଏହି ମୂଲ୍ୟ ଯଥାକ୍ରମେ ୪୮,୮୧୦ ଟଙ୍କା ଓ ୪୭,୫୨୦ ଟଙ୍କା ଥିବା ଜଣାଯାଇଛି । ଓଡିଶା ରାଜଧାନୀ ଭୁବନେଶ୍ୱରରେ ବି ଏହି ମୂଲ୍ୟବାନ ଧାତୁ ମୂଲ୍ୟରେ ହ୍ରାସ ଘଟିଥିବା ଜଣାଯାଇଛି । ସନ୍ଧ୍ୟା ସୁଦ୍ଧା ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ୫୦,୯୫୦ ଟଙ୍କା ଓ ୪୬,୩୪୦ ଟଙ୍କା ପହଁଚିଥିବା ରେକର୍ଡ ହୋଇଛି । ଯେବେକି ପୂର୍ବଦିନ ଏହି ମୂଲ୍ୟ ଯଥାକ୍ରମେ ୫୦,୯୬୦ ଟଙ୍କା ଓ ୪୬,୭୫୦ ଟଙ୍କା ଥିଲା । ସୁନା ପରି ମୂଲ୍ୟବାନ ଧାତୁ ରୂପା ମୂଲ୍ୟରେ ବି ଏକ ବଡ ଧରଣର ହ୍ରାସ ଘଟିଛି । କିଲୋଗ୍ରାମ ପ୍ରତି ୧୪୫୦ ଟଙ୍କା କମି ୫୦,୦୬୦ ଟଙ୍କାରୁ ୪୮,୬୧୦ ଟଙ୍କାରେ ପହଂଚିଛି । ସେପଟେ ଅନ୍ତରାଷ୍ଟ୍ରୀୟ ବଜାରରେ ବି ସୁନା ମୂଲ୍ୟରେ ହ୍ରାସ ଘଟିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.