ରାଉରକେଲାରେ ପ୍ରଥମ ଜୀବନ ନେଲା କରୋନା ମହାମାରୀ, RMC ପକ୍ଷରୁ କିଛି ସ୍ଥାନ କଣ୍ଟେନ୍‌ମେଣ୍ଟ ଘୋଷଣା

ରାଉରକେଲା: ରାଉରକେଲାରେ ପ୍ରଥମ ଜୀବନ ନେଲା କରୋନା ମହାମାରୀ। ଜଣେ ୬୪ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଆକ୍ରାନ୍ତ ବ୍ଯକ୍ତି ଜଣଙ୍କ ରାଉରକେଲା IGHରେ ଚିକିତ୍ସିତ ହେଉଥିଲେ।

ମୃତ୍ୟୁ ପରେ RMC ପକ୍ଷରୁ କିଛି ସ୍ଥାନ କଣ୍ଟେନ୍‌ମେଣ୍ଟ ଘୋଷଣା କରାଯାଇଛି। ସେକ୍ଟର-୧୬ A-୧ରୁ ୩୬ କ୍ୱାର୍ଟର ଯାଏ କଣ୍ଟେନମେଣ୍ଟ ଜୋନ୍‌ କରାଯାଇଛି। କରୋନା ରୋଗୀଙ୍କ ମୃତ୍ୟୁ ପରେ ଚିକିତ୍ସା କରୁଥିବା ଡାକ୍ତର ଓ ନର୍ସଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.