Below header

ସୁନା ପ୍ରେମୀଙ୍କ ପାଇଁ ଶୁଭ ଖବର, ପୁଣି ହ୍ରାସ ପାଇଲା ସୁନା ମୂଲ୍ୟ

ବୁଧବାର ଦିନ ତମାମ ଭାରତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଲାଗି ରହିଥିଲା । ବୁଧବାର ସନ୍ଧ୍ୟା ସୁଦ୍ଧ ୨୪ କ୍ୟାରେଟ ସୁନା ଦର ସାମାନ୍ୟ ହ୍ରାସ ପାଇ ୧୦ ଗ୍ରାମ ପ୍ରତି ୪୭,୦୭୦ ଟଙ୍କା ଥିବା ରେକର୍ଡ ହୋଇଛି । ଯେବେକି ପୂର୍ବଦିନ ଏହି ଦର ୪୭,୧୦୦ ଟଙ୍କାରେ ସ୍ଥିର ରହିଥିଲା । ସେହିପରି ୨୨ କ୍ୟାରେଟ ସୁନା ମୂଲ୍ୟ ବି ୧୦ ଗ୍ରାମ ପ୍ରତି ସାମାନ୍ୟ ହ୍ରାସ ପାଇ ୪୬,୦୬୦ ଟଙ୍କାରେ ପହଁଚିଥିବା ଜଣାଯାଇଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ୪୭,୦୭୦ ଟଙ୍କା ଓ ୪୬,୦୬୦ ଟଙ୍କା ଥିବା ବେଳେ ଦିଲ୍ଲୀରେ ଯଥାକ୍ରମେ ରହିଛି ୪୭,୪୨୦ ଟଙ୍କା ଓ ୪୬,୨୧୦ ଟଙ୍କା । ଅନ୍ୟ ପକ୍ଷରେ ଚେନ୍ନାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୯,୬୨୦ ଟଙ୍କା ୪୫,୪୮୦ ଟଙ୍କା ଥିବା ବେଳେ, କଲିକତାରେ ଏହି ଦର ୪୮,୨୧୦ ଟଙ୍କା ୪୬,୯୨୦ ଟଙ୍କା ଥିବା ରେକର୍ଡ ହୋଇଛି ।

ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ବିଶ୍ୱ ବଜାରରେ ବି ଏହି ମୂଲ୍ୟବାନ ଧାତୁ ମୂଲ୍ୟ କମି ଥିବା ଜଣାଯାଇଛି । ଆଉନ୍ସ ପ୍ରତି ୦.୨୭ ପ୍ରତିଶତ କିମ୍ବା ୦.୦୫ ଡ଼ଲାର ହ୍ରାସ ପାଇ ୧୭.୬୧ ଡ଼ଲାରରେ ଟ୍ରେଣ୍ଡ କରିଥିବା ରେକର୍ଡ ହୋଇଛି । ଓଡିଶା ରାଜଧାନୀ ଭୁବନେଶ୍ୱରରେ ବୁଧବାର ସନ୍ଧ୍ୟା ସୁଦ୍ଧ ଏହି ଉଭୟ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ୪୯,୬୨୦ ଟଙ୍କା ଓ ୪୫,୪୮୦ ଟଙ୍କାରେ ସ୍ଥିର ରହିଥିବା ଜଣାଯାଇଛି । ସୁନା ପରି ଭାରତୀୟ ବଜାରରେ ରୂପା ମୂଲ୍ୟରେ ବି ସାମାନ୍ୟ ହ୍ରାସ ଘଟିଛି । ମଙ୍ଗଳବାର ରୂପା ଦ୍ୱାରା କିଲୋଗ୍ରାମ ପ୍ରତି ୪୭,୭୦୦ଟଙ୍କା ଥିବା ବେଳେ ବୁଧବାର ୯୦ ଟଙ୍କା କମି ୪୭,୬୧୦ଟଙ୍କାରେ ସ୍ଥିର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.