ରାଜଧାନୀରେ ଅଭାବନୀୟ ଘଟଣା: ଡାକ୍ତର ଦାନ୍ତ ଉପାଡିବା ବେଳେ ଚାଲିଗଲା ମହିଳାଙ୍କ ଜୀବନ, କ୍ଲିନିକ୍ ନିକଟରେ ପ୍ରବଳ ଉତ୍ତେଜନା

ଭୁବନେଶ୍ୱର : ରାଜଧାନୀରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି, ଯାହା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଦାନ୍ତ ଓପାଡ଼ିବା ବେଳେ ଜଣେ ମହିଳାଙ୍କର ଜୀବନ ଚାଲିଯାଇଥିବା ଜଣାପଡିଛି।  ସାମାନ୍ଯ କିଛି ଟଙ୍କା ପାଇଁ ଡାକ୍ତର ଜୀବନ ନେଇଗଲେ ବୋଲି ଅଭିଯୋଗ କରିଛନ୍ତି ପରିବାରବର୍ଗ ।

ସବୁଠାରୁ ଦୁଃଖର କଥା  ଏଭଳି ଏକ ଘଟଣା ଘଟିଛି ଖୋଦ୍ ଭୁବନେଶ୍ବରର ଗଙ୍ଗନଗରରେ ଥିବା ଏକ ଘରୋଇ କ୍ଲିନିକ୍‌ରେ । ଗତକାଲି ଅପରାହ୍ନରେ ଏହି ଘଟଣା ଘଟିଥିବାବେଳେ ରୋଗୀଙ୍କ ନାକରେ ମାତ୍ରାଧିକ ଆନାସ୍ଥେସିଆ ଦେଇ ମାରି ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ପରିବାରବର୍ଗଙ୍କ ପକ୍ଷରୁ ଏୟାରପୋର୍ଟ ଥାନାରେ ଏତଲା ଦିଆଯାଇଛି। ଏତଲାକୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ଅନ୍ୟପଟେ ଏହି ଘଟଣାପରେ କ୍ଲିନିକ୍ ନିକଟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ୟାପିଟାଲ ଓ ଏୟା‌ରପୋର୍ଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରିବା ସହିତ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।

toothମିଳିଥିବା ସୂଚନା ମୁତାବକ, ଝାରପଡ଼ା ଜେଲ୍‌ ନିକଟରେ ରହୁଥିବା ରାଜକିଶୋର ପଟ୍ଟନାୟକଙ୍କ ପତ୍ନୀ ପାର୍ବତୀ ପଟ୍ଟନାୟକଙ୍କର ଦାନ୍ତରେ ବିନ୍ଧୁଥିବାରୁ ସେ ଏହି ଘରୋଇ ଡେଣ୍ଟାଲ କ୍ଲିନିକ୍‌କୁ ଆସିଥିଲେ। ଡାକ୍ତର ଦାନ୍ତ ଦେଖିବା ପରେ ଏକାଧିକ ଦାନ୍ତ ନଷ୍ଟ ହୋଇ ଯାଇଥିବା କହିଥିଲେ। ଏହି ଖରାପ ଦାନ୍ତଗୁଡ଼ିକୁ ଉପାଡ଼ି ନୂଆ ଦାନ୍ତ ଲଗାଇବାକୁ ପରାମର୍ଶ ଦେଇଥିଲେ। ଏଥିପାଇଁ ଲକ୍ଷାଧିକ ଟଙ୍କା ଲାଗିବ ବୋଲି କହିଥିଲେ। ତେବେ ଯନ୍ତ୍ରଣା ହୋଇଥିବାରୁ ପରିବାରବର୍ଗ ଏଥିରେ ରାଜି ହୋଇଥିଲେ। ଏହାପରେ ଆନାସ୍ଥେସିଆ ଦିଆଯିବା ସହ ପ୍ରଥମ ଦାନ୍ତ ଉପୁଡ଼ା ଆରମ୍ଭ ହୋଇଥିଲା। ତେବେ ଏହା ଆରମ୍ଭ ହେବା ମାତ୍ରକେ ପାର୍ବତୀ ଚିତ୍କାର କରିବା ସହ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.