ଆଜି ମହାପ୍ରଭୁଙ୍କ ରାଜପ୍ରସାଦ ବିଜେ ନୀତି, ଶ୍ରୀଜିଉ ସମ୍ପୁର୍ଣ୍ଣ ସୁସ୍ଥ ଥିବା ଖବର ଗଜପତିଙ୍କୁ ଦେବେ ଦଇତାପତି

ପୁରୀ: ଆଜି ମହାପ୍ରଭୁଙ୍କ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ। ଶ୍ରୀଜିଉଙ୍କ ସମ୍ପୁର୍ଣ୍ଣ ସୁସ୍ଥତାର ଖବର ଦଇତାପତି ମାନେ ଗଜପତିଙ୍କୁ ଦେବେ । ଏଥିପାଇଁ ଶ୍ରୀମନ୍ଦିରରେ ଆଜି ଭୋଗମଣ୍ଡପ ନୀତି ପରେ ଦଇତାପତି ସେବାୟତ ମାନେ ଶ୍ରୀମନ୍ଦିରରୁ ଶୋଭାଯାତ୍ରାରେ ବାହାରି ଶ୍ରୀନଅରକୁ ଯିବେ । ସେଠାରେ ଗଜପତିଙ୍କ ସହ ରଥଯାତ୍ରା ସମ୍ପର୍କରେ ଆଲୋଚନା କରିବେ ।

ସୂଚନା ଅନୁଯାୟୀ ଗତକାଲି ଥିଲା ଖଳିଲାଗି ଏକାଦଶୀ । ଏହି ଅବସରରେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଖଳିଲାଗି ନୀତି କରାଯାଇଥିଲା । ତେବେ ଆଗକୁ ରଥଯାତ୍ରା ଆସୁଥିବାରୁ ରଥଖଳାରେ ରଥନିର୍ମାଣ କାମ ପାଖାପାଖି ଶେଷ ହେବା ଉପରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.