ସୁନା ପ୍ରେମୀଙ୍କ ପାଇଁ ପୁଣି ଆସିଲା ଖୁସି ଖବର, କମିଲା ସୁନା ଦର

ଗତ କିଛି ଦିନ ହେବ ଦେଶରେ ସୁନା ଦାମ ଦିନ କୁ ଦିନ ଆକାଶ ଛୁଆଁ ସ୍ଥିତି ଛୁଇଁବାରେ ଲାଗିଥିଲା । କିନ୍ତୁ ଗତ କାଲି ଠାରୁ ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଥିବା ଲକ୍ଷ କରାଯାଇଛି । ଭାରତୀୟ ବଜାରରେ ଦ୍ରୁତ ଗତିରେ ବଢ଼ିଚାଲିଛି ଏହି ମୂଲ୍ୟବାନ ଧାତୁ ମୂଲ୍ୟ । ବୁଧବାର ସନ୍ଧ୍ୟା ସୁଦ୍ଧା ୨୨
କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୧,୪୧୦ ଟଙ୍କାରେ ପହଞ୍ଚି ଥିବା ଜଣାଯାଇଛି । ସେହିପରି ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୨,୪୧୦ ଟଙ୍କା ଛୁଇଁଥିବା ନେଇ ରେକର୍ଡ ହୋଇଛି । ଯେବେକି ପୂର୍ବଦିନ ଅର୍ଥାତ ମଙ୍ଗବାର ସନ୍ଧ୍ୟା ସୁଦ୍ଧା ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୫୪,୭୦୦ ଟଙ୍କା ଓ ୫୩,୪୫୦ ଟଙ୍କାରେ ସ୍ଥିର ରହିଥିଲା । ସେପଟେ ଓଡିଶା ରାଜଧାନୀ ଭୁବନେଶ୍ୱରରେ ବି ସୁନା ମୂଲ୍ୟରେ ଏକ ବଡ ଧରଣର ହ୍ରାସ ଘଟିଥିବା ଜଣାଯାଇଛି ।

gold price hike

ବୁଧବାର ସନ୍ଧ୍ୟା ସୁଦ୍ଧା ସୁନା ମୂଲ୍ୟ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ଯଥାକ୍ରମେ ୫୪,୬୯୦ ଟଙ୍କା ଓ ୫୦,୧୪୦ ଟଙ୍କାକୁ ଖସିଥିବା ଜଣାଯାଇଛି । ଯେବେକି ପୂର୍ବ ଦିନ ଏହି ଦର ଯଥାକ୍ରମେ ୫୮,୦୪୦ ଟଙ୍କା ଓ ୫୩,୧୫୦ ଟଙ୍କାରେ ସ୍ଥିର ରହିଥିବା ରେକର୍ଡ ହୋଇଥିଲା । ସେପଟେ ଦେଶର ପ୍ରମୁଖ ସହର ମାନଙ୍କରେ ସୁନା ଦରରେ ବି ହ୍ରାସ ଘଟିଥିବା ଲକ୍ଷ କରାଯାଇଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୫୨,୪୧୦ ଟଙ୍କା ଓ ୫୧,୪୧୦ ଟଙ୍କା ଥିବା ବେଳେ ରାଜଧାନୀ ଦିଲ୍ଲୀରେ କିନ୍ତୁ ଏହି ଦର ୫୪,୫୧୦ ଟଙ୍କା ଓ ୫୦,୨୬୦ଟଙ୍କା ଥିବା ଜଣାଯାଇଛି । ସେପଟେ ଚେନ୍ନାଇରେ ୫୪,୬୯୦ଟଙ୍କା ଓ ୫୦,୧୪୦ ଟଙ୍କା ଥିବା ବେଳେ କୋଲକାତାରେ ଏହି ଦର ଯଥାକ୍ରମେ ୫୩,୪୬୦ ଟଙ୍କା ଓ ୫୦,୭୬୦ ଟଙ୍କା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.