Below header

ହୁ ହୁ ହୋଇ ବଢ଼ୁଛି ସୁନା ଦର, ଏହି ସପ୍ତାହରେ ଭାଙ୍ଗିଲା ସବୁ ରେକର୍ଡ

ଏବେ ସାରା ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଦେଖାଯାଇଥିବା ବେଳେ ସୁନା ଦର କିନ୍ତୁ କମିବାର ନାଁ ନେଉନି। ଗତ ମାସେ ହେଲା ସୁନା ଦର ବଢ଼ିବାରେ ଲାଗିଛି। ବିଶେଷଜ୍ଞଙ୍କ କହିବାନୁସାରେ ଏହି ସପ୍ତାହରେ ସୁନା ଦର ରେକର୍ଡ ଛୁଇଁବ।

ଅନ୍ତର୍ଜାତୀୟ ବଜାରରେ ସୁନାର ଦାମ ପ୍ରାୟ ସାଢ଼େ ୭ ବର୍ଷର ସବୁଠାରୁ ଦର ରହିଛି। ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଗତ ସପ୍ତାହ ଏପ୍ରିଲ ୭ ତାରିଖରେ ଘରୋଇ ବଜାରରେ ସୁନା ଦାମ ୧୦ ଗ୍ରାମକୁ ୪୫,୭୨୦ ଥିଲା, ବର୍ତ୍ତମାନର ଏହା ସର୍ବାଧିକ ଦାମ ବୋଲି କୁହାଯାଉଥିଲା। କିନ୍ତୁ ଚଳିତ ସପ୍ତାହରେ ଏହି ରେକର୍ଡ ଭାଙ୍ଗି ସୁନା ଦାମ ୪୬,୦୦୦ରେ ପହଞ୍ଚିଛି।

ଏନେଇ ବିଶେଷଜ୍ଞ କହିବା କଥା ହେଲା ଭାରତରେ ଲକଡାଉନ ଯୋଗୁ ବ୍ୟବସାୟ ବନ୍ଦ ଥିଲେ ମଧ୍ୟ ଅନ୍ତର୍ଜାତୀୟ ବଜାର ଖୋଲା ରହିଛି। ଏଣୁ ସୁନା ବଢ଼ିବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.