ବାଲିଗୁଡା ରୁତୁଙ୍ଗିଆ ଗ୍ରାମରେ ଅମାନିଆ ଯୁବକଙ୍କୁ ଅଭିନବ ଉପାୟରେ ଏସଡିପିଓ ଓ ଥାନା ଅଧିକାରୀଙ୍କ ଲଗାମ, ଘରୁ ନ ବାହାରିବାକୁ ଦେଲେ ପରାମର୍ଶ

ବାଲିଗୁଡା: କରୋନା ଭାଇରସ ପ୍ରତିହତ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ସଚେତନ କରାଯାଉଥିବା ବେଳେ ସାମାଜିକ ଦୂରତା ରଖିବାକୁ କୁହାଯାଉଛି l ଏଥିପାଇଁ ଘରୁ ନ ବାହାରିବା ସହ ବାହାରେ ଭିଡ଼ ନ ଜମାଇବା ପାଇଁ ଜନସାଧାରଣ ଙ୍କୁ ସତର୍କତା ଅବଲମ୍ବନ ପାଇଁ କୁହାଯାଉଛି l ପୋଲିସ ଉପାନ୍ତ ଅଂଚଳ ରେ ବୁଲି ଗ୍ରାମାଞ୍ଚଳର ଲୋକଙ୍କୁ ଅଧିକ ସଚେତନ ମଧ୍ୟ କରୁଛନ୍ତି l

baligudaତେବେ ବାଲିଗୁଡା ଥାନା ରୁତୁଙ୍ଗିଆ ଗ୍ରାମରେ କିଛି ଯୁବକ ଲକଡାଉନ ସମୟରେ ଘରେ ନରହି ଏକତ୍ରିତ ହୋଇ କ୍ରିକେଟ ଖେଳୁଥିଲେ । ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ୍ ପହଁଚିଥିଲା । ସେହି ସମୟରେ ପୋଲିସକୁ ଦେଖି ଯୁବକ ମାନେ ଦୌଡ଼ି ପଳାଉଥିଲେ l ବାଲିଗୁଡା sdpo ମାନସ ରଞ୍ଜନ ବାରିକ ଓ ଥାନା ଅଧିକାରୀ ପ୍ରଶାନ୍ତ ବେହେରା ଏହି ଅମାନିଆ ଯୁବକକୁ କାବୁ କରି ଅଭିନଵ ଉପାୟରେ ଘରେ ପହଞ୍ଚାଇଥିଲେ l

baligudaଅମାନିଆ ଯୁବକଙ୍କୁ ଖେଳୁଥିବା ସ୍ଥାନରୁ ସୋସିଆଲ ଡିଷ୍ଟାନ୍ସ ମାଧ୍ୟମରେ ଠିଆ କରାଇବା ସହ ରାସ୍ତାରେ ଚାଲି ଚାଲି ଘରେ ପହଁଚାଇଥିଲେ l ଏମାନଙ୍କୁ ସାମାଜିକ ଦୂରତ୍ୱ ଓ ଘରୁ ନ ବାହାରିବାକୁ ପରାମର୍ଶ ଦେଇଥିଲେ ପୋଲିସ l ଏଥିସହ ଅନ୍ୟ ଲୋକ ଯେଉଁମାନେ ଅମାନିଆ ହୋଇ ନିୟମକୁ ଉଲଘଂନ କରୁଛନ୍ତି ସେମାନଙ୍କୁ ସଚେତନ କରାଇବାକୁ ଏହି ଅମାନିଆ ମାନଙ୍କୁ ପୋଲିସ ପକ୍ଷରୁ କୁହାଯାଇଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.