କରୋନା ମାନୁନି ବୟସ, ଅକାଳରେ ନେଇଗଲା ୧୦ ମାସ ଶିଶୁର ଜୀବନ

କରୋନାକୁ ନେଇ ସମଗ୍ର ବିଶ୍ୱ ଚିନ୍ତାରେ ରହିଛି । ଏହି ଭାଇରସ ପ୍ରକୋପରେ ଲକ୍ଷାଧିକ ଲୋକଙ୍କ ଜୀବନ ଯାଇସାରିଲାଣି । ଏହି ଭାଇରସ କବଳରେ ବୁଢା ଠାରୁ ପିଲା ସମସ୍ତେ ପ୍ରାୟତଃ କବଳିତ । କିନ୍ତୁ ଏହା ମଧ୍ୟରେ ଉତ୍ତରପ୍ରଦେଶରେ ଏକ ଦୁଃଖଦାୟକ ଘଟଣା ଘଟିଛି । ଏକ ୧୦ ମାସର ଶିଶୁ କ୍ୱାରେଣ୍ଟାଇନରେ ରହି ପ୍ରାଣ ହରାଇଛି । କ୍ୱାରେଣ୍ଟାଇନରେ ସେଣ୍ଟରରେ ଜଣେ ୧୦ ମ।ସର ଶିଶୁ ପ୍ର।ଣ ହର।ଇଛି ।

ଉତ୍ତର ପ୍ରଦେଶର ସିଦ୍ଧ।ର୍ଥନଗର ଜିଲ୍ଲ।ରେ ଏହି ଅଭ।ବନୀୟ ଘଟଣ। ଘଟିଛି । ସିଦ୍ଧ।ର୍ଥନଗରର ପ୍ର।ଥମିକ ସ୍କୁଲରେ ଏହି ୧୦ ମ।ସର ଶିଶୁ କନ୍ୟ।ଟି ପ୍ର।ଣ ହର।ଇଛି । ଗୁରୁବ।ର ସନ୍ଧ୍ୟ।ରେ ଶିଶୁକନ୍ୟ ନିକଟରେ ମିଳିମିଳର ଲକ୍ଷଣ ଦେଖ।ଦେଇଥିଲ। । ଶନିବ।ର ଶିଶୁଟିକୁ ଡ।କ୍ତରଖ।ନ।  ନିଆଯ।ଇଥିବ। ବେଳେ ଡ।କ୍ତର ଶିଶୁଟିକୁ ମୃତ ଘୋଷଣ କରିଥିଲେ । ଉତ୍ତର ପ୍ରଦେଶରେ ଏହ। ପ୍ରଥମ କ୍ୱାରେଣ୍ଟାଇନ ଶିଶୁ ମୃତ୍ୟୁ । ୨୯ମ।ର୍ଚ୍ଚରେ ପିତ। ମ।ତ।ଙ୍କ ଳସହିତ ମୁମ୍ବ।ଇରୁ ପ୍ରତ୍ୟ।ବର୍ତ୍ତନ କରିଥିବ। ବେଳେ କ୍ୱାରେଣ୍ଟାଇନ ସେଣ୍ଟରରେ ଅବସ୍ଥ।ନ କରିଥିଲେ ପରିବ।ର । ଶନିବ।ର କ୍ୱାରେଣ୍ଟାଇନ ଅବଧି ଶେଷ ହେବ।କୁ ଥିବ। ବେଳେ ଏହି ଅଭ।ବନୀୟ ଘଟଣ। ଘଟିଥିବ। ନେଇ ଜିଲ୍ଲ।ପ।ଳ ଦୀପକ ମୀନ। ସୂଚନ। ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.