Below header

ବାଲିଗୁଡା ଦୁଲିକିଆ ଗ୍ରାମରେ ଅଭାବନୀୟ ଘଟଣା: ପାଗଳ ସ୍ୱାମୀର ଅମାନୁଷିକ କାଣ୍ଡ, ବ୍ଲେଡରେ ନିଜ ସ୍ତ୍ରୀର କାଟିଲା ବେକ

ବାଲିଗୁଡା: ବାଲିଗୁଡା ଥାନା ରେବୀଙ୍ଗିଆ ପଂଚାୟତର ଦୁଲିକିଆ ଗ୍ରାମରେ ଅଭାବନୀୟ ଘଟଣା l ପାଗଳ ସ୍ୱାମୀ ଘଟାଇଛି ଅମାନୁଷିକ କାଣ୍ଡ l ଦୁଲିକିଆ ଗ୍ରାମର ଗୋବିନ୍ଦ ମଲିକ ବ୍ଲେଡରେ ନିଜ ସ୍ତ୍ରୀ ରୁବତୀ ମଳିକଙ୍କ ଗଳାକୁ କାଟି ହତ୍ୟା ଉଦ୍ୟମ କରିଥିବା ଜଣାପଡିଛି l ଏହି ସମୟରେ ସ୍ତ୍ରୀ ରୁବତୀଙ୍କ ଚିତ୍କାର ଶୁଣି ପରିବାର ଲୋକ ଉଦ୍ଧାର କରି ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାଲିଗୁଡା ମେଡିକାଲ ରେ ଭର୍ତି କରିଛନ୍ତି l ପାଗଳ ସ୍ୱାମୀ କୁ ଗ୍ରାମବାସୀ କାବୁ କରିବା ସହ ପୋଲିସର ଜିମା ଦେବାକୁ କହିଛନ୍ତି l ଏନେଇ ବାଲିଗୁଡା ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.