Below header

ଯାଜପୁର ଟାଉନ:ଲକ୍‌ଡାଉନ୍‌ ନିମୟରେ କୋହଳ ପରେ ଜିଲ୍ଲାବାସୀ ଆଶ୍ୱସ୍ତ, ବିଭିନ୍ନ ସାମଗ୍ରୀ କଲେ କିଣାକିଣି

ଯାଜପୁର ଟାଉନ (କେ ନ୍ୟୁଜ୍‌) : ରାଜ୍ୟରେ ଲକଡାଉନ ବେଳେ ଯାଜପୁରରେ କୋହଳ ହେଲା କଟକଣା । ଆଜି ସକାଳ ୬ଟାରୁ ୧୦ଟା ଯାଏ ଜିଲ୍ଲା ପ୍ରଶାସନ ନିର୍ଦ୍ଧାରଣ କରିଥିବା କିଛି ଦୋକାନ ଖୋଲିଥିଲା । ଏଥିମଧ୍ୟରେ ଜିଲ୍ଲାର ସମସ୍ତ ବହି ଦୋକାନ, ସାଇକେଲ ଷ୍ଟୋର, ଗ୍ୟାରେଜ୍ ଓ ବିଦ୍ୟୁତ ଉପକରଣ, ଦୁଗ୍ଧଜାତ ସାମଗ୍ରୀ ଦୋକାନ ଖୋଲା ରହିଥିଲା ।

jajpurଲୋକମାନେ କିଣାକିଣି କରିଥିଲେ । ତେବେ ସମସ୍ତେ ସାମାଜିକ ଦୂରତା ରଖି ଜିନିଷ କିଣୁଥିବା ଦେଖା ଯାଇଥିଲା ।
ସକାଳ ୬ଟାରୁ ୧୦ଟା ଯାଏ ଏ ସବୁ ଦୋକାନ ଆଗାମୀ ଦିନରେ ବି ଖୋଲା ରହିବ । ଏନେଇ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଥିଲେ। ଏହାକୁ ନେଇ ଜିଲ୍ଲାବାସୀ ଆଶ୍ୱସ୍ତ ହୋଇଛନ୍ତି । ଗ୍ୟାରେଜ୍‌ ଓ ସାଇକେଲ ମରାମତି ଦୋକାନ ଖୋଲିବା ଫଳରେ ଲୋକେ ନିଜ ନିଜ ଯାନବାହନ ମରାମତି କରିଥିଲେ ।

JAJPUR LOCK-1

ଜିଲ୍ଲାର ଏକମାତ୍ର କରୋନା ରୋଗୀ ସୁସ୍ଥ ହୋଇ ଆସିବା ପରେ ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ଲକ୍‌ଡାଉନ୍‌ ପ୍ରଭାବରେ ସ୍କୁଲ ଓ କଲେଜ ଜୁନ୍‌ ୧୭ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ଫଳରେ ଛାତ୍ରଛାତ୍ରୀଙ୍କ ପାଠପଢାରେ ଅସୁବିଧା ହେଉଛି । ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା କୋହଳ କରିବାକୁ ନିଷ୍ପତ୍ତି ନିଆଯାଇଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.