Ola ଇଲେକ୍ଟ୍ରିକ ସ୍କୁଟର କିଣିବାର ସୁବର୍ଣ୍ଣ ସୁଯୋଗ, ୧୦ ହଜାର ଟଙ୍କା ପର୍ଯ୍ୟନ୍ତ କମିଲା ଦାମ

ଯଦି ଆପଣ ଓଲାର ଇଲେକ୍ଟ୍ରିକ୍ ସ୍କୁଟର କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଏହା ହେଉଛି ସୁବର୍ଣ୍ଣ ସୁଯୋଗ । ଏବେ ଓଲା ଏହାର ଇଲେକ୍ଟ୍ରିକ୍ ସ୍କୁଟରର ମୂଲ୍ୟ ହ୍ରାସ କରିଛି । ଓଲା S1X ର ସମସ୍ତ ଭାରିଆଣ୍ଟର ମୂଲ୍ୟ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରାଯାଇଛି ।

ଯଦି ଆପଣ ଓଲାର ଇଲେକ୍ଟ୍ରିକ୍ ସ୍କୁଟର କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଏହା ହେଉଛି ସୁବର୍ଣ୍ଣ ସୁଯୋଗ । ଏବେ ଓଲା ଏହାର ଇଲେକ୍ଟ୍ରିକ୍ ସ୍କୁଟରର ମୂଲ୍ୟ ହ୍ରାସ କରିଛି । ଓଲା S1X ର ସମସ୍ତ ଭାରିଆଣ୍ଟର ମୂଲ୍ୟ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରାଯାଇଛି । ସୋମବାର ଅର୍ଥାତ ଏପ୍ରିଲ ୧୫ ରେ, ଓଲା ସିଇଓ ଭବିଷ ଅଗ୍ରୱାଲ ପୂର୍ବତନ ଟ୍ୱିଟର ତଥା X ରେ ଏକ ପୋଷ୍ଟ ସେୟାର କରିଥିଲେ ଏବଂ Ola S1X ର ନୂଆ ଦାମ ବିଷୟରେ ସୂଚନା ଦେଇଥିଲେ ।

ଏହି ଇଲେକ୍ଟ୍ରିକ୍ ସ୍କୁଟରର ତିନୋଟି ଭାରିଆଣ୍ଟ ବଜାରରେ ଉପଲବ୍ଧ । ସମସ୍ତ ତିନୋଟି ଭାରିଆଣ୍ଟରେ ଓଲା ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଛି । ବଜାରରେ Ola S1X ର ତିନୋଟି ବ୍ୟାଟେରୀ ଭରିଆଣ୍ଟ ମଧ୍ୟ ଉପଲବ୍ଧ । ଏହି ସ୍କୁଟରର ଏକ୍ସ ଶୋ’ରୁମ୍ ଦାମ ବର୍ତ୍ତମାନ ୬୯,୯୯୯ ରୁ ଆରମ୍ଭ ହୋଇଛି । Ola S1X ର 2kWh ଏବଂ 3kWh ଭରିଆଣ୍ଟର ଦାମ ୭୯,୯୯୯ ଟଙ୍କା ଥିଲା, ଯାହା ବର୍ତ୍ତମାନ ୬୯,୯୯୯ ଟଙ୍କାକୁ ହ୍ରାସ ପାଇଛି ।

ଯେତେବେଳେ କି ଏହାର ଟପ୍-ଏଣ୍ଡ ଭାରିଆଣ୍ଟ 4kWh ର ଦାମ ୧,୦୯,୯୯୯ ଟଙ୍କା ଥିଲା, ଯାହା ୯୯,୯୯୯ ଟଙ୍କାକୁ ହ୍ରାସ କରାଯାଇଛି । Ola S1X+ର 3kWh ଭାରିଆଣ୍ଟର ଦାମ ୫ ହଜାର ଟଙ୍କାକୁ ହ୍ରାସ ପାଇଛି । ପୂର୍ବରୁ ଏହି ଭରିଆଣ୍ଟର ଦାମ ୮୯,୯୯୯ ଟଙ୍କା ଥିଲା, ଯାହା ବର୍ତ୍ତମାନ ୮୪,୯୯୯ ଟଙ୍କା ହୋଇଛି ।

ଓଲା S1X ର ଟପ୍-ଏଣ୍ଡ୍ ଭାରିଆଣ୍ଟ ସିଙ୍ଗଲ୍ ଚାର୍ଜିଂରେ ୧୯୦ କିଲୋମିଟର ରେଞ୍ଜ ଦେଇଥାଏ । ଏହି ଇଲେକ୍ଟ୍ରିକ୍ ସ୍କୁଟରରେ ଏକ ଫିଜିକାଲ କି’ ଅନଲକ୍ ସିଷ୍ଟମ୍ ମଧ୍ୟ ରହିଛି । ଓଲାର ଏହି ସ୍କୁଟରରେ ୧୦.୯ ସେଣ୍ଟିମିଟର ସେଗମେଣ୍ଟ ଡିସପ୍ଲେ ମଧ୍ୟ ଅଛି । ଏହାର 2kWh ଭାରିଆଣ୍ଟର ରେଞ୍ଜ ୯୫ କିଲୋମିଟର ଥିବାବେଳେ 3kWh ବ୍ୟାଟେରୀ ରେଞ୍ଜ ଥିବା ସ୍କୁଟର ୧୪୩ କିଲୋମିଟରର ରେଞ୍ଜ ଦେଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.