Below header

NTPCରେ ବିନା ପରୀକ୍ଷାରେ ସରକାରୀ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ! ଦରମା ୯୦,୦୦୦; ଆଜି ହିଁ କରି ଦିଅନ୍ତୁ ଆବେଦନ

ନ୍ୟାସନାଲ ଥର୍ମାଲ ପାଓ୍ଵାର କର୍ପୋରେସନ (NTPC) ନିଯୁକ୍ତି ସୁଯୋଗ ଆଣିଛି। ଏହା ସଂଯୁକ୍ତ ସାଇକେଲ ପାଓ୍ଵାର ପ୍ଲାଣ୍ଟ୍‌-O&M, ଅପରେସନ-ପାଓ୍ଵାର ଟ୍ରେଡିଂ ଏବଂ BD-ପାଓ୍ଵାର ଟ୍ରେଡିଂ ଅଧୀନରେ ୫୫ଟି କାର୍ଯ୍ୟକାରୀ ପଦ ପୂରଣ ପାଇଁ ଆବେଦନ ମାଗିଛି। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ, ଯେଉଁମାନେ ଏହି ପଦଗୁଡ଼ିକ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ NTPCର ଅଫିସିଆଲ େଓ୍ଵବ୍‌ସାଇଟ ntpc.co.in ଯାଇ ଆବେଦନ କରିପାରିବେ। ଏହି ପଦଗୁଡ଼ିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍‌ https://careers.ntpc.co.in/2022_EXE_ONMT ଉପରେ କ୍ଲିକ୍‌ କରି ପଦଗୁଡ଼ିକ ପାଇଁ ସିଧା ଆବେଦନ କରିପାରିବେ। ଏଥି ସହିତ ଆପଣ ଏହି ଲିଙ୍କ୍‌ https://careers.ntpc.co.in/main/folders/Archives/advt/advt%2008_22 ମାଧ୍ୟମରେ ଅଫିସିଆଲ ବିଜ୍ଞପ୍ତି ବି ଦେଖି ପାରିବେ। ତେବେ ଆବେଦନ କରିବାର ଶେଷ ତାରିଖ ରହିଛି ୮ ଏପ୍ରିଲ, ୨୦୨୨। ଆସନ୍ତୁ ଜାଣିବା ଅତିରିକ୍ତ ବିବରଣୀ।

କାର୍ଯ୍ୟକାରୀ (ସଂଯୁକ୍ତ ସାଇକେଲ ପାଓ୍ଵାର ପ୍ଲାଣ୍ଟ୍‌-O&M)- ୫୦

କାର୍ଯ୍ୟକାରୀ (ସଞ୍ଚାଳନ-ପାଓ୍ଵାର ଟ୍ରେଡିଂ)-୪

କାର୍ଯ୍ୟକାରୀ (ବିଡି-ପାଓ୍ଵାର ଟ୍ରେଡିଂ)-୧

ଯୋଗ୍ୟତା ମାନଦଣ୍ଡ: ପ୍ରାର୍ଥୀମାନଙ୍କ ପାଖରେ କୌଣସି ବି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ/ ସଂସ୍ଥାରୁ ଅତି କମ୍‌ରେ ୬୦% ମାର୍କ ସହିତ ଇଲେକ୍ଟ୍ରିକାଲ କିମ୍ବା ମେକାନିକାଲ୍‌ ଇଞ୍ଜିନିୟରିଂରେ ଡିଗ୍ରୀ ଥିବା ଜରୁରୀ।

ବୟସ ସୀମା: ପ୍ରାର୍ଥୀମାନଙ୍କର ଅଧିକତମ ବୟସ ସୀମା ୩୫ ବର୍ଷ ହେବା ଉଚିତ।

ବେତନ: କମ୍ପାନୀ ଆବାସ/ଏଚ୍‌ଆର୍‌ଏ/ରେଣ୍ଟେସନ ଲାଭ ଏବଂ ନିଜର, ସ୍ୱାମୀ/ସ୍ତ୍ରୀ ଓ ଦୁଇ ପିଲାଙ୍କ ପାଇଁ ଚିକିତ୍ସା ସୁବିଧା ସହିତ ପ୍ରାର୍ଥୀଙ୍କୁ ମାସିକ ବେତନ ୯୦,୦୦୦ ଟଙ୍କା ପ୍ରଦାନ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.