ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଖୁସି ଖବର! ଖୁବଶୀଘ୍ର ଦରମା ସହ ମିଳିବ ଭାରିଏବଲ ପେ

ସରକାରୀ ବ୍ୟାଙ୍କର ପ୍ରାୟ ୮ଲକ୍ଷ କର୍ମଚାରୀଙ୍କ ପାଇଁ ଖୁସି ଖବର। ଆଗାମୀ ବିତ୍ତୀୟ ବର୍ଷ ଠାରୁ ସମସ୍ତ କର୍ମଚାରୀଙ୍କୁ ଦରମା ସହ ପରଫର୍ମାନ୍ସ ଲିଙ୍କଡ ଇନସେନଟିଭ (PLI) ମିଳିପାରେ। ପୂର୍ବରୁ ବ୍ୟାଙ୍କ ମ୍ୟାନେଜମେଣ୍ଟ ଭାରିଏବଲ ପେ ବା ପରଫର୍ମାନ୍ସ ଲିଙ୍କଡ ପେ ପାଇଁ ପ୍ରସ୍ତାବ ଦେଇଥିଲେ। ବେସରକାରୀ ବ୍ୟାଙ୍କଗୁଡିକରେ ଏହା ଆଗରୁ ମିଳୁଛି।
ରିପୋର୍ଟ ମୁତାବକ, ଇଣ୍ଡିଆନ ବ୍ୟାଙ୍କ ଆସୋସିଏସନ(IBA)ର ଦରମାକୁ ନେଇ ବିଚାର କରୁଥିବା କମିଟି ଗତ ସପ୍ତାହରେ PLI ପାଇଁ ପ୍ରସ୍ତାବ ଦେଇଥିଲା। ଯାହାକୁ ସମସ୍ତ ସଦସ୍ୟ ସ୍ୱୀକୃତି ପ୍ରଦାନ କରିଥିଲେ। ବ୍ୟାଙ୍କର ବାର୍ଷିକ ଫଳ ଘୋଷଣା ପରେ PLI ହିସାବ କରାଯିବ। ସରକାରୀ ବ୍ୟାଙ୍କ କର୍ମଚାରୀଙ୍କ ଦରମା ବୃଦ୍ଧି କୁ ନେଇ ଦ୍ୱିପାକ୍ଷିକ ଆଲୋଚନା ପ୍ରତି ୫ ବର୍ଷରେ ଥରେ କରାଯାଇଥାଏ। ବର୍ତ୍ତମାନ ୧୧ ତମ ବୃଦ୍ଧି ପାଇଁ କଥାବାର୍ତ୍ତା ଜାରି ରହିଛି।
ଏହାସହ ପଢ଼ନ୍ତୁ: ବନ୍ଦ ହେବାକୁ ଯାଉଛି ଏହି ବୃହତ ବ୍ୟାଙ୍କ, ତୁରନ୍ତ ନିଜ ଆକାଉଣ୍ଟରୁ କାଢି ନିଅନ୍ତୁ ଜମା ଟଙ୍କା
ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫରଡେସନ(AIBOC) ର ଜେନେରାଲ ସେକ୍ରେଟାରୀ ସୋମ୍ୟ ଦତ୍ତ କହିଛନ୍ତି ପରଫର୍ମାନ୍ସ ଲିଙ୍କଡ ପେକୁ ଦରମା ଠାରୁ ଅଲଗା ରଖାଯିବ। ଏ ନେଇ IBA ସ୍ପଷ୍ଟ ଭାବେ କହିଛି। ଖୁବଶୀଘ୍ର ବ୍ୟାଙ୍କ କର୍ମଚାରୀ ଏଥିପାଇଁ ଲାଭବାନ ହେବେ। IBA ୧୨ ପ୍ରତିଶତ ବୃଦ୍ଧି ପାଇଁ କହୁଥିବା ବେଳେ ବ୍ୟାଙ୍କ ୟୁନିଅନ ୧୫ ପ୍ରତିଶତ ବୃଦ୍ଧି ଉପରେ ଜୋର ଦେଉଛି ବୋଲି ଶ୍ରୀ ଦତ୍ତ କହିଛନ୍ତି।