ଆସନ୍ତାକାଲି ଓଡିଆଙ୍କ ପାରମ୍ପରିକ ପର୍ବ ପ୍ରଥମାଷ୍ଟମୀ, ପରିବାରର ଜ୍ୟେଷ୍ଠ ସନ୍ତାନଙ୍କ ସୁଖ ସମୃଦ୍ଧି ଓ ଦୀର୍ଘଜୀବନ ପାଇଁ କରାଯିବ ପୂଜା

ଆସନ୍ତାକାଲି ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି । ଏହି ତିଥି ଦିନ ପାଳନ କରାଯାଏ ଓଡିଶାର ପାରମ୍ପରିକ ପର୍ବ ପ୍ରଥମାଷ୍ଟମୀ ବା ପଢୁଆଁଷ୍ଟମୀ । ଏହାକୁ ସୌଭାଗିନୀ ଅଷ୍ଟମୀ, କାଳ ଭୈରବାଷ୍ଟମୀ ବା ପାପା ନାଶିନୀ ଅଷ୍ଟମୀ ବୋଲି ମଧ୍ଯ କୁହାଯାଏ । ଅତୀତରେ ମାର୍ଗଶିର ମାସରୁ ବର୍ଷର ପ୍ରଥମ ମାସ ବୋଲି ଗଣନା କରାଯାଉଥିଲା ତେଣୁ ବର୍ଷାରମ୍ଭ ର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କୁହାଯାଉଅଛି ।

prathamastami1ଏହି ଦିନ ପରିବାରର ଜ୍ୟେଷ୍ଠ ସନ୍ତାନଙ୍କୁ ନୂଆ ପୋଷାକ ପିନ୍ଧାଇ ବନ୍ଦାପନା କରାଯାଇଥାଏ । ସେମାନଙ୍କ ସୁଖ ସମୃଦ୍ଧି ଓ ଦୀର୍ଘଜୀବନ ପାଇଁ ପୂଜା କରାଯାଇଥାଏ । ଏହି ଦିନ ସେମାନଙ୍କର ଦୀର୍ଘଜୀବନ କାମନା କରି ମାଆମାନେ ଷଠୀ ଦେବୀଙ୍କର ପୂଜା ଅର୍ଚ୍ଚନା କରିଥାନ୍ତି । ଏହି ପ୍ରଥମା ଅଷ୍ଟମୀରେ ପରମ୍ପରା ଅନୁଯାୟୀ ହଳଦୀ ପତ୍ରରେ ଏଣ୍ଡୁରି ପିଠା ପ୍ରସ୍ତୁତ କରାଯାଇ ଭୋଗ କରାଯାଇଥାଏ । ଏହି ପର୍ବ ଆସିବା ମାତ୍ରେ ବଜାରରରେ ହଳଦୀ ପତ୍ର ବିକ୍ରି ଆରମ୍ଭ ହୋଇଯାଏ । ପ୍ରଥମାଷ୍ଟମୀରେ ସବୁ ଓଡିଆଙ୍କ ଘର ଏହି ହଳଦୀ ପିଠା ବା ଏଣ୍ଡୁରୀ ପିଠାର ବାସ୍ନାରେ ମହକି ଉଠେ ।

pithaପରମ୍ପରା ଅନୁଯାୟୀ ଏହି ଦିନ ଜ୍ୟେଷ୍ଠ ସନ୍ତାନ ପିନ୍ଧୁଥିବା ନୂତନ ବସ୍ତ୍ର ମାମୁ ଘରୁ ଆସିଥାଏ । ଏହିଦିନ ମାମୁଁ ଘରୁ ନୂଆଲୁଗା, ମିଷ୍ଟାନ୍ନ ଓ ଅନ୍ୟାନ୍ୟ ସାମଗ୍ରୀ ଭଣଜା ଭାଣିଜୀଙ୍କୁ ପଢୁଆଁ କରିବା ପାଇଁ ପଠାଯାଇଥାଏ । ଅନ୍ଯପଟେ ପିତା ମାତାଙ୍କ ଅନ୍ତେ ଘର ଚଳାଇବା ଓ ଅନ୍ୟ ଭାଇ ଭଉଣୀ ମାନଙ୍କୁ ପ୍ରତିପୋଷଣ କରିବା ଦାୟିତ୍ୱ ଜ୍ୟେଷ୍ଠ ପୁତ୍ର ଉପରେ ପଡ଼ିଥାଏ । ତେଣୁ ତାକୁ ସମସ୍ତେ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରଥମାଷ୍ଟମୀ ଓ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଜ୍ୟେଷ୍ଠ ସନ୍ତାନକୁ ପୂଜା ବନ୍ଦାପନା କରିବାର ବିଧି ଆମ ସମାଜରେ ପ୍ରଚଳିତ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.