SBI ଗ୍ରାହକଙ୍କ ପାଇଁ ଖୁସି ଖବର, ଏହି ଫେଷ୍ଟିଭ୍‌ ସିଜନରେ କିଣାକିଣି କଲେ ମିଳିବ ଏସବୁ ଫାଇଦା

ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ହିଁ ଏସ୍‌ବିଆଇ ନିଜ କାର୍ଡ ଧାରକଙ୍କ ପାଇଁ ଖୁସିଖବର ନେଇ ଆସିଛି। ଯଦି ଆପଣଙ୍କ ପାଖରେ ବି ଏହି କାର୍ଡ ରହିଛି ତେବେ ଏଥରକ ଯେତେ ଇଚ୍ଛା ସେତେ ସପିଂ କରିପାରିବେ। ଏଭଳି କରିବା ଦ୍ୱାରା ଆପଣଙ୍କୁ ବଢ଼ିଆ କ୍ୟାସବ୍ୟାକ୍‌ ମିଳିବ। କରୋନା ମହାମାରୀ ପରେ ଲୋକଙ୍କ କିଣାକିଣି କରିବା ତରିକା ବଦଳି ଯାଇଛି। ଏଭଳି ସ୍ଥିତିରେ ବିଭିନ୍ନ ବ୍ରାଣ୍ଡ ସହ ମିଶି କମ୍ପାନୀ କ୍ୟାସ୍‌ବ୍ୟାକ୍‌ ଓ ଛାଡ଼ କରିବାକୁ ଘୋଷଣା କରିଛି।

ଏସ୍‌ବିଆଇ କାର୍ଡ ମଙ୍ଗଳବାର ଏକ ବିଜ୍ଞପ୍ତି ଜାରି କରି କହିଛି ୨୦୦୦ରୁ ଅଧିକ ସହରରେ ୧୦୦୦ରୁ ଅଧିକ ପ୍ରକାରର ଅଫର ଦିଆଯାଉଛି। ଏହି ଅଫର ଅକ୍ଟୋବର ୧ରୁ ଆରମ୍ଭ ହୋଇ ୧୫ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ଚାଲିବ। ଗ୍ରାହକମାନେ କାର୍ଡ ମାଧ୍ୟମରେ କିଣାକିଣି କରି ଏହି ଅଫରର ଲାଭ ଉଠାଇପାରିବେ।

କାର୍ଡ ସାହାଯ୍ୟରେ ଗ୍ରାହକ ସାରା ଦେଶରେ ୧.୩ ଲକ୍ଷରୁ ଅଧିକ ଦୋକାନରେ କିଣାକିଣି କରିପାରିବେ। ଏହା ଦ୍ୱାରା ସବୁ ଶ୍ରେଣୀର ଗ୍ରାହକଙ୍କୁ କାର୍ଡ ବ୍ୟବହାର କରିବାକୁ ସୁଯୋଗ ମିଳିବ। ଏସ୍‌ବିଆଇ କାର୍ଡର ଅଫର ଆମାଜନ୍‌, ବ୍ରାଣ୍ଡ ଫ୍ୟାକ୍ଟ୍ରି, ଫ୍ୟାବ୍‌ ଇଣ୍ଡିଆ ସମେତ ଅନ୍ୟ ପ୍ଲାଟଫର୍ମରେ ମିଳୁଛି। ତେବେ ଏସ୍‌ବିଆଇର ଏହି ଘୋଷଣା ପରେ ସେୟାର ବଜାରରେ ଏସ୍‌ବିଆଇ କାର୍ଡର ଷ୍ଟକ୍‌ରେ ଜବରଦସ୍ତ ଉନ୍ନତି ଦେଖିବାକୁ ମିଳିଛି। ସପ୍ତାହର ତୃତୀୟ କାରବାର ଦିନ ଅର୍ଥାତ୍‌ ବୁଧବାର ଏସ୍‌ବିଆଇ କାର୍ଡର ଷ୍ଟକ୍‌ ୪ ପ୍ରତିଶତ ଅଧିକ ବୃଦ୍ଧି ପାଇ ୮୯୨.୩୦ ଟଙ୍କାରେ ପହଞ୍ଚିଛି।

You might also like