କରୋନା ଯୋଗୁ ସବୁ ଯୋଜନାର ସୁଧ କମାଇଲେ ସରକାର, ସୁକନ୍ୟା- କିଷାନ ଯୋଜନା ସମେତ ଅନେକ ସ୍କିମ୍ ପ୍ରଭାବିତ

କରୋନା ଭାଇରସ ଯୋଗୁ ପ୍ରଥମେ ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ ଓ ରିଭର୍ସ ରେପୋ ରେଟ କାଟ କରିଥିଲେ। ଏବେ ସରକାର ମଧ୍ୟ ସାଧାରଣ ଲୋକଙ୍କୁ ଆଉ ଏକ ଝଟକା ଦେଇଛନ୍ତି। ସରକାର କ୍ଷୁଦ୍ର ସଞ୍ଚୟ ଯୋଜନାର ସୁଧରେ ମଧ୍ୟ ବଡ଼ କାଟ୍ କରିଛନ୍ତି।

ରିପୋର୍ଟ ମୁତାବକ, କେନ୍ଦ୍ର ସରକାର ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ, ନ୍ୟାସନାଲ ସେଭିଂ ସାର୍ଟିଫିକେଟ ଓ ସୁକନ୍ୟା ସମୃଦ୍ଧି ଯୋଜନା ଭଳି କ୍ଷୁଦ୍ର ସେଭିଂ ସ୍କିମରେ ସୁଧହାର କମାଇଦେଇଛନ୍ତି। ଏସବୁ ସ୍କିମରେ ସରକାର ୦.୭୦ ପ୍ରତିଶତ ରୁ ୧.୪୦ ପ୍ରତିଶତ ଯାଏଁ ସୁଧାହାର କାଟ କରିଛନ୍ତି। ଏହି ଦର ଏପ୍ରିଲ- ଜୁନ ୨୦୨୦ ତିନି ମାସ ଯାଏଁ ଲାଗୁ ହେବ।

PPF interest rate: PPF to fetch 7.1%, NSC 6.8% as govt slashes ...

PPF ବ୍ୟତୀତ କିଷାନ ବିକାଶ ପତ୍ର ଓ ସୁକନ୍ୟା ସମୃଦ୍ଧି ଯୋଜନାରେ ଏବେ ସୁଧ ହାର କମ ମିଳିବ। PPF ର ସୁଧହାର ୦.୮୦ ପ୍ରତିଶତ କମ କରିଦିଆଯାଇଛି। ଏବେ ଏପ୍ରିଲ-ଜୁନ ତିନି ମାସ PPF ଉପରେ ୭.୧ ସୁଧ ମିଳିବ। ସେହିପରି କିଷାନ ବିକାଶ ପତ୍ରରେ ମଧ୍ୟ ସୁଧହାର କୁ ୦.୭୦ ପ୍ରତିଶତରୁ କମାଇ ୬.୯ କରିଦିଆଯାଇଛି। ନ୍ୟାସନାଲ ସର୍ଭିସ ସାର୍ଟିଫିକେଟରେ ୧.୧୦ ପ୍ରତିଶତ କାଟ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.