କରୋନା ମହାମାରୀରୁ ବଞ୍ଚିବା ପାଇଁ ସହାୟତାର ହାତ ବଢାଇଲା ହକି ଇଣ୍ଡିଆ, ପ୍ରଦାନ କଲା ୨୫ ଲକ୍ଷ ଟଙ୍କା

କୋଭିଡ-୧୯ ମହାମାରୀକୁ ରୋକିବା ଅଭିଯାନରେ ସାମିଲ ହୋଇଛି ହକି ଇଣ୍ଡିଆ। ଏଥିପାଇଁ ହକି ଇଣ୍ଡିଆ ୨୫ ଲକ୍ଷ ଟଙ୍କା ଦାନ କରିଛି। ବୁଧବାର ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଏହି ଅର୍ଥ ପ୍ରଦାନ କରାଯାଇଛି। କରୋନା ମହାମାରୀକୁ ରୋକିବାକୁ ଦେଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ୱତନ୍ତ୍ର ଇମର୍ଜେନ୍ସି ଫଣ୍ଡ ଘୋଷଣା କରିବା ପରେ ଅର୍ଥ ଦାନ ଦେବାକୁ ହକି ଇଣ୍ଡିଆ କାର୍ଯ୍ୟକାରୀ ବୋର୍ଡ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେଇଛି।

corona

ଦେଶ ଏକ ଘଡିସନ୍ଧି ମୁହୂର୍ତ୍ତରେ ଗତି କରୁଛି। ଏତିକି ବେଳେ ସମସ୍ତେ ଏକାଠି ହେବା ଆବଶ୍ୟକ। ଦେଶର ସମସ୍ତ ନାଗରିକ ସେମାନଙ୍କ ଦାୟିତ୍ୱ ହୃଦୟଙ୍ଗମ କରିବା ସହ ଏହାକ ସମ୍ପାଦନ କରିବା ମଧ୍ୟ ଆବଶ୍ୟକ। ମିଳିତ ଭାବେ ସର୍ମସମ୍ମତି କ୍ରମେ ପ୍ରଧାନମନ୍ତ୍ରୀଙ୍କ କେୟାର୍ସ ଫଣ୍ଡକୁ ୨୫ ଲକ୍ଷ ଟଙ୍କା ଦେବାକୁ ଆମେ ନିଷ୍ପତ୍ତି ନେଇଛୁ ବୋଲି ହକି ଇଣ୍ଡିଆ ଅଧ୍ୟକ୍ଷ ମହମ୍ମଦ ମୁସ୍ତାକ ଅହମ୍ମଦ କହିଛନ୍ତି। କରୋନା ଭାଇରସରେ ସାରା ବିଶ୍ୱରେ ୮ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି ଓ ଏପର୍ଯ୍ୟନ୍ତ ୪୨,୦୦୦ ଲୋକ ପ୍ରାଣ ହରାଇଛନ୍ତି। କେବଳ ଭାରତରେ ଏପର୍ଯ୍ୟନ୍ତ ୧୩୦୦ ଲୋକ ସଂକ୍ରମିତ ହୋଇଥିବା ବେଳେ ୩୫ ଜଣ ଲୋକ ପ୍ରାଣ ହରାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.