Below header

ଯୁବି କହିଲେ ଗାଙ୍ଗୁଲିଙ୍କ ଭଳି ଧୋନି ଓ କୋହଲିଙ୍କ ଠାରୁ ସମର୍ଥନ ମିଳିଲା ନାହିଁ

ନୂଆଦିଲ୍ଲୀ : ଗୋଟିଏ ସମୟ ଥିଲା ସେ ପାଲଟି ଯାଇଥିଲେ ଭାରତୀୟ କ୍ରିକେଟ୍‌ ଦଳର ଯୁବରାଜ । ପଡ଼ିଆରେ ପଶିଲେ ଦର୍ଶକଙ୍କ ତାଳିରେ ସ୍ୱାଗତ ମିଳୁଥିଲା ଏବଂ ଚୌକା ଓ ଛକା ମାରି ଏହି ଖେଳାଳି ମଧ୍ୟ ଫ୍ୟାନ୍‌ମାନଙ୍କ ପ୍ରଶଂସାକୁ ସମ୍ମାନ ଜଣାଉଥିଲେ । ଫିଲଡିଂ ହେଉ କି ବୋଲିଂ ସବୁଥିରେ ଚମତ୍କାରୀ ପ୍ରଦର୍ଶନ ଥିଲା ତାଙ୍କର । ହେଲେ ପୁଣି ସମୟ ବଦଳିଗଲା । ସେ ଫର୍ମ ହରାଇଲେ । ପୁଣି କର୍କଟ ରୋଗର ଶିକାର ହେଲେ । କ୍ୟାନସରକୁ ସିନା ଜିତିଗଲେ ହେଲେ ତାଙ୍କ ଫର୍ମ ଆଉ ସାଥ୍‌ ଦେଲାନାହିଁ । ଯେତିକି ସୁଯୋଗ ମିଳିଲା ସେତିକିରେ ସେ ଆଉ ନିଜ କରିସ୍ମା ଦେଖାଇ ପାରିଲେ ନାହିଁ । ତେଣୁ ଦଳରୁ ବାଦ୍‌ ପଡ଼ିଲେ । ଏବେ ରଣଜୀ ଟ୍ରଫି ଦଳରେ ବି ନାହାନ୍ତି । ପୁଣି ଆଇପିଏଲ୍‌ରେ ତାଙ୍କୁ କେହି କିଣିଲେ ନାହିଁ । ଭାରତୀୟ କ୍ରିକେଟ୍‌ର ଏହି ଲାଡଲା ଏବେ ଅଲୋଡ଼ା ହୋଇଯାଇଛନ୍ତି । ସେ ହେଉଛନ୍ତି ଯୁବରାଜ ସିଂହ ।

YUVI-2ଯୁବରାଜ ଯେତେବେଳେ ନିଜ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ ସେତେବେଳେ ସୌରଭ ଗାଙ୍ଗୁଲି ଥିଲେ ଭାରତୀୟ ଦଳର ଅଧିନାୟକ । ପ୍ରଥମରୁ ଯୁବି ବେଶ୍‌ କେତୋଟି ମ୍ୟାଚ୍‌ରେ ସଫଳ ହୋଇ ନଥିଲେ । ହେଲେ ଏହି ସମୟରେ ଗାଙ୍ଗୁଲି ତାଙ୍କୁ ପୂରା ସମର୍ଥନ କରି ଦଳରେ ରଖିଥିଲେ । ଆଉ ତାପରେ ଯୁବରାଜ ପାଲଟିଗଲେ ସମସ୍ତଙ୍କ ଆଖିର ତାରା । ତେବେ କ୍ୟାରିୟର୍‌ର ଶେଷ ଭାଗରେ ତାଙ୍କୁ କିନ୍ତୁ ଗାଙ୍ଗୁଲିଙ୍କ ଭଳି ସମର୍ଥନ ମିଳି ନଥିଲା । ଧୋନି ଓ କୋହଲି ତାଙ୍କୁ ସେହିଭଳି ସମର୍ଥନ ଦେଇନଥିଲେ ବୋଲି ଯୁବରାଜ ଏକ ସାକ୍ଷାତକାରରେ କହିଛନ୍ତି ।

୨୦୧୧ ବିଶ୍ୱ କପ୍‌ରେ ଯୁବରାଜ ବନିଥିଲେ ‘ପ୍ଲେୟାର ଅଫ୍‌ ଦ ଟୁର୍ଣ୍ଣାମେଣ୍ଟ’ । ସେତେବେଳେ ଧୋନି ଅଧିନାୟକ ଥିଲେ । ତଥାପି ପରବର୍ତ୍ତୀ ସମୟରେ ତାଙ୍କୁ ଧୋନିଙ୍କ ଠାରୁ ସହଯୋଗ ମିଳିନଥିଲା । ସେହିପରି କୋହଲି ମଧ୍ୟ ତାଙ୍କୁ ଦଳରେ ରଖିବାକୁ ଚାହିଁଲେ ନାହିଁ ବୋଲି ଦୁଃଖର ସହ ଯୁବରାଜ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.