ଟମାଟୋ ଚାଷୀଙ୍କ ଉପରେ କରୋନା ମାଡ଼, ବିଲରେ ହିଁ ପଚି ଷଢିଯାଉଛି ଟମାଟୋ

ଗଞ୍ଜାମ (କେନ୍ୟୁଜ୍ ): କରୋନା ଭାଇରସକୁ ନେଇ ଏବେ ସାରା ଦେଶ ଲକ୍ ଡାଉନ୍ । ଗଞ୍ଜାମ ଜିଲ୍ଲାରେ ମଧ୍ୟ ଲକ୍ ଡାଉନକୁ କଡ଼ାକଡି ଭାବେ ପାଳନ କରାଯାଉଛି । ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି । ଯାହାକୁ ନେଇ ଏହାର ପ୍ରଭାବ ସମସ୍ତଙ୍କ ଉପରେ ପଡିଛି । କରୋନା କଟକଣା ସିଧା ସଳଖ ଭାବେ ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକର ଟମାଟୋ ଚାଷୀଙ୍କ ଉପରେ ସିଧାସଳକ ପଡିଛି । ଚାଷୀ ମାନେ ଉତ୍ପାଦନ କରୁଥିବା ଟମାଟୋ ବିକ୍ରୀ ନ ହୋଇ ପାରି ବର୍ତ୍ତମାନ ଦେଖା ଦେଇଛି ଅଭାବୀ ବିକ୍ରୀ । ଏପରିକି ଟମାଟୋଗୁଡିକ ବିଲରେ ହିଁ ପଚି ଷଢି ଯାଉଥିବା ଦେଖିବାକୁ ମିଳୁଛି । ଯାହାକୁ ନେଇ ଚାଷୀ କୂଳ ଏବେ ଚିନ୍ତାରେ ।

TAMATO-1 ଏହି ବ୍ଲକର ଝାରେଡ଼ି,ରଧା ଗୋବିନ୍ଦପୁର, ସାନ ରାମଚନ୍ଦ୍ରପୁର ଓ ସୁବଳୟା ପଞ୍ଚାୟତରେ ଟମାଟୋର ଅଭାବୀ ବିକ୍ରୀ ଦେଖାଦେଇଛି । ଯାହାକୁ ନେଇ ନେଇ ଏବେ ଅନେକ ଟମାଟୋ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଚାଷୀ ମାନେ ଋଣ କରଜ କରି ଚାଷ କରିଥିବା ବେଳେ ନିଜ ଅମଳ ପରିବାକୁ ବିକ୍ରୀ କରିପାରୁନଥିବା ବେଳେ ଏବେ କିପରି ଋଣ ପରିଶୋଧ କରିବେ ଓ ପରିବାର ପୋଷଣ କରିବେ ସେ ନେଇ ଚିନ୍ତାରେ ଚାଷୀ କୂଳ ।

TAMATO-3ଜିଲ୍ଲାର ଗଞ୍ଜାମ ବ୍ଲକରୁ ଉତ୍ପାଦନ ହେଉଥିବା ଟମାଟ ଆନ୍ଧ୍ରପ୍ରଦେଶ ସମେତ ଭୁବନେଶ୍ୱର, ବାଲୁଗାଁ, ବ୍ରହ୍ମପୁର ଓ ନୟାଗଡ଼ ଅଞ୍ଚଳରୁ ବ୍ୟବସାୟୀ ମାନେ ଆସି ଟମାଟୋ ନେଉଥିଲେ । ଏହି ବ୍ଲକର ପ୍ରାୟ 12ଶହ ପରିବାର ଟମାଟୋ ଚାଷ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ କରୋନା ଯୋଗୁଁ ଏହି ଚାଷୀମାନେ ବେଶ୍ କ୍ଷତିଗ୍ରସ୍ଥ ହୋଇଛନ୍ତି ।
ଜିଲ୍ଲାର ଟମାଟୋ ଚାଷୀମାନେ କରୋନା କଟକଣା ଯୋଗୁଁ କ୍ଷତି ସହିବାକୁ ପଡିଥିବା ବେଳେ ଚାଷୀଙ୍କ ମାନେ ନିଜର ଉତ୍ପାଦନ ପରିବାକୁ ବିକ୍ରି କରିବାରେ ଅସୁବିଧା ହେଉଥିବା ବେଳେ ଏହାର ସମାଧନ କରିବା ଲାଗି ଜିଲ୍ଲା ପ୍ରଶାସନ ନିକଟରେ ଦାବୀ ରିଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.