କରୋନା ଭାଇରସ ବିପକ୍ଷ ଲଢ଼େଇରେ ସାମିଲ ହେଲେ ଲତା ମଙ୍ଗେସକର, ଦାନ କଲେ ସଞ୍ଚିତ ପୁଞ୍ଜି

କରୋନା ଭାଇରସ ବିରୁଦ୍ଧ ଯୁଦ୍ଧରେ ବଲିଉଡ କଳାକାର ଖୁବ ଉତ୍ସାହର ସହ ସାହାଯ୍ୟ କରୁଛନ୍ତି। ଗୋଟିଏ ପରେ ଗୋଟିଏ କଳାକାର ସ୍ଵଇଚ୍ଛାରେ କରୋନା ମୁକାବିଲା ପାଇଁ ସହାୟତାର ହାତ ବଢ଼ାଉଛନ୍ତି। କେବଳ ସହାୟତା କରୁନାହାନ୍ତି ସେମାନେ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ମଧ୍ୟ ଦେଉଛନ୍ତି। ତେବେ ଇତିମଧ୍ୟରେ ସିନେମା ଜଗତର କୋକିଳ କଣ୍ଠୀ ଲତା ମଙ୍ଗେସକର ମଧ୍ୟ କରୋନା ମୁକାବିଲା ପାଇଁ ଅର୍ଥ ଦାନ କରିଛନ୍ତି।

Bharat Ratna And Nonagenarian Legendary Singer Lata Mangeshkar In ...

ଲତା ମଙ୍ଗେସକର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ଦାନ କରିଛନ୍ତି। ଟ୍ୱିଟ କରି ଲତା ଏନେଇ ସୂଚନା ଦେଇଛନ୍ତି। ଟ୍ୱିଟରେ ସେ ମରାଠୀରେ ଲେଖିଛନ୍ତି ଯେ “ଏହି କଠିନ ସମୟରେ ନିଜ ସରକାରଙ୍କ ସାହାଯ୍ୟ କରିବା ଆପଣଙ୍କ କର୍ତ୍ତବ୍ୟ। ମୁଁ ମୋ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ଦେଉଛି। ଅନ୍ୟମାନଙ୍କୁ ଅନୁରୋଧ ସେମାନେ ମଧ୍ୟ ସରକାରଙ୍କୁ ସାହାଯ୍ୟ କରନ୍ତୁ।”

ସୂଚନାଯୋଗ୍ୟ ଯେ ଅକ୍ଷୟ କୁମାରଙ୍କ ପରେ କ୍ୟାଟ୍ରିନା କୈଫ, ପ୍ରିୟଙ୍କା ଚୋପ୍ରା, ବରୁଣ ଧୱନ, ଅନୁଷ୍କା ଶର୍ମା, ଶିଳ୍ପା ସେଟ୍ଟୀ, ଆୟୁଷ୍ମାନ ଖୁରାନା, ନାନା ପାଟେକର, ରୋହିତ ସେଟ୍ଟୀ ପ୍ରମୁଖ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଟଙ୍କା ଦାନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.