ଯେତିକି ଭୋକ ସେତିକି ଖାଦ୍ୟ… ଲୋକଙ୍କୁ ୯୦ ଦିନର ଫୁଡ ଚ୍ୟାଲେଞ୍ଜ ଦେଲେ ଅବସରପ୍ରାପ୍ତ ସେନାଧିକାରୀ

ଡଷ୍ଟବିନ କିମ୍ବା ନାଳକୁ ଯେମିତି ଅନ୍ନ ନ ଯାଏ। ଯେତିକି ଭୋକ ଲାଗୁଛି ସେତିକି ଖାଦ୍ୟ ନିଅ ଓ ଅଯଥା ଖାଦ୍ୟ ନଷ୍ଟ କରନାହିଁ। ଏହି ନାରା ଦେଇ ସେନାର କର୍ଣ୍ଣଲ ଜୀବନ କୁମାର ସିଂହ ଦେଶବାସୀଙ୍କୁ ୯୦ ଦିନର ଫୁଡ଼ ଚ୍ୟାଲେଞ୍ଜ ଦେଇଛନ୍ତି। ତାଙ୍କ କହିବାନୁସାରେ ବର୍ତ୍ତମାନ ସମୟରେ ସାରା ବିଶ୍ୱ ସଙ୍କଟ ମଧ୍ୟରେ ଗତି କରୁଛି। ଏଣୁ ଏବେ ଖାଦ୍ୟକୁ ସଞ୍ଚୟ କରିବା ଆବଶ୍ୟକ। ନଚେତ ଆଗାମୀ ଦିନରେ ଖାଦ୍ୟ ସଙ୍କଟ ଦେଖାଦେବ।

How much food UAE residents waste in a year - News | Khaleej Timesଖାଦ୍ୟ ସହ ବିଜୁଳି ଓ ପାଣିକୁ ବଞ୍ଚାଇବାକୁ ମଧ୍ୟ କର୍ଣ୍ଣାଲ କହିଛନ୍ତି। କର୍ଣ୍ଣାଲଙ୍କ ଏହି ଫୁଡ଼ ଚ୍ୟାଲେଞ୍ଜକୁ ସେନାର ଉଚ୍ଚ ପଦସ୍ଥ ଅଧିକାରୀ, ବରିଷ୍ଠ ପୋଲିସ ଅଫିସର, ଜନ ପ୍ରତିନିଧି ଓ ସାଧାରଣ ଲୋକ ମଧ୍ୟ ଗ୍ରହଣ କରିଥିବା ଦେଖିବାକୁ ମିଳିଛି। କେବଳ ନିଜେ ନୁହେଁ ସେମାନେ ମଧ୍ୟ ନିଜ ସାଙ୍ଗ ସାଥିଙ୍କୁ ଏହି ଚ୍ୟାଲେଞ୍ଜ ଦେଇଛନ୍ତି।

jeevan

ଝାଡ଼ଖଣ୍ଡ ପୋଲିସରେ ଏସପି(ସ୍ପେଶାଲ ଟାସ୍କ ଫୋର୍ସ)ରେ କାର୍ଯ୍ୟରତ ଏହି ୫୫ ବର୍ଷୀୟ କର୍ଣ୍ଣାଲ ଜୀବନ କହିଛନ୍ତି ଯେ ମୁଁ ଏକ ୫୫ ସେକେଣ୍ଡର ଭିଡିଓ ପ୍ରସ୍ତୁତ କରି ଲୋକଙ୍କୁ ଥାଳିରେ ଖାଦ୍ୟ ନ ଛାଡିବାକୁ ଚ୍ୟାଲେଞ୍ଜ ଦେଇଛି। ଯେଉଁମାନେ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି ସେମାନେ ନିଜ ଖାଇବା ଥାଳିର ଫାଟୋ ମତେ ହ୍ଵାଟସ ଆପ କରିବେ। ସେହି ଫଟୋକୁ ମାନ୍ୟତା ପ୍ରଦାନ କରି ଆମ ୟୁଟ୍ୟୁବ ଚ୍ୟାନେଲ ‘ନ୍ୟାସନାଲ ବିଫୋର ସେଲ୍ଫ’ ରେ ଅପଲୋଡ଼ କରାହେବ। ଫଳରେ ଅନ୍ୟମାନଙ୍କ ପାଇଁ ସେମାନେ ରୋଲ ମଡେଲ ହେବେ। ଏମିତି ହେଲେ କେହି ଆଉ ଅନ୍ନ ନଷ୍ଟ କରିବେନାହିଁ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.