କରୋନା ପରୀକ୍ଷା ପାଇଁ କିଟ୍‌ ଯୋଗାଇ ଦେବାକୁ କେନ୍ଦ୍ର ନିକଟରେ ଦାବି ଜଣାଇଲା ଓଡ଼ିଶା

ଭୁବନେଶ୍ୱର (କେ ନ୍ୟୁଜ୍‌) : ସାରା ଦେଶରେ କରୋନା ଭାଇରସକୁ ନେଇ ଆତଙ୍କ ଦେଖାଦେଇଥିବାବେଳେ ଅଧିକ କରୋନା ଟେଷ୍ଟିଂ କିଟ୍‌ ଯୋଗାଇ ଦେବାକୁ ପ୍ରସ୍ତାବ ରଖିଲା ଓଡ଼ିଶା। ଏନେଇ କେନ୍ଦ୍ର କ୍ୟାବିନେଟ୍‌ ସଚିବଙ୍କ ସହ ଭିଡିଓ କନଫରେନ୍‌ସିଂରେ କଥା ହୋଇଛନ୍ତି ରାଜ୍ୟ ସରକାର। ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପୋଲିସ୍‌ ଡିଜି, ପୋଲିସ କମିଶନର ଓ ବିଭାଗୀୟ ସଚିବ ଉପସ୍ଥିତ ଥିଲେ।

କରୋନା ମୁକାବିଲା ନେଇ କେନ୍ଦ୍ର ସଚିବଙ୍କ ପାଖରେ ବିଭିନ୍ନ ଦାବି ରଖିଛି ଓଡ଼ିଶା। ପ୍ରବାସୀ ଶ୍ରମିକଙ୍କ ରହିବା ଓ ଖାଇବା ନେଇ ମଧ୍ୟ ଆଲୋଚନା ହୋଇଛି। ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି ନେଇ ଆଲୋଚନା ହୋଇଥିବା ବୈଠକ ପରେ ସୂଚନା ଦେଇଛନ୍ତି ସଚିବ ବିଶାଲ ଦେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.