Below header

ପଶ୍ଚିମ ଆମେରିକାରେ ଲାଗିଲା ୬.୫ ତୀବ୍ରତା ବିଶିଷ୍ଟ ଭୂକମ୍ପ ଝଟକା

କରୋନା ଜନିତ ମୃତ୍ୟୁ ଓ ସଂକ୍ରମଣ ସହ ଯୁଝୁଥିବା ଆମେରିକା ପାଇଁ ଆଉ ଏକ ଦୁଃସମ୍ବାଦ । ମଙ୍ଗଳବାର ପଶ୍ଚିମ ଆମେରିକାର ଇଡାହୋ ରାଜ୍ୟରେ ବୋଇଷ ସହରରେ ୬.୫ ତୀବ୍ରତା ବିଶିଷ୍ଟ ଏକ ଭୂମିକମ୍ପ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି । ସ୍ଥାନୀୟ ଅଧିବାସୀଙ୍କ ଅନୁଯାୟୀ ରାଜ୍ୟରେ ସନ୍ଧ୍ୟା ପ୍ରାୟ ୬ ଟା ସମୟରେ ହଠାତ ଭୂମିକମ୍ପ ହୋଇଥିଲା । ଏହି ଭୂମିକମ୍ପର ପ୍ରଭାବ ୨୦ ରୁ ୩୦ ସେକେଣ୍ଡ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା । କିନ୍ତୁ ବିଶେଷ କ୍ଷୟକ୍ଷତି ନେଇ କୌଣସି ରିପୋର୍ଟ ଆସିନାହିଁ । ଯେବେକି ଇଡାହୋର ପଡୋଶୀ ରାଜ୍ୟ ଉଟାହ ଠାରେ ୫.୭ ତୀବ୍ରତାର ଏକ ମଧ୍ୟମ ଧରଣର ଭୂମିକମ୍ପ ଅନୁଭୂତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.