କରୋନା ସୂଚନା ଦେବା ଆଳରେ ହ୍ୟାକର ଚୋରେଇ ନେଉଛନ୍ତି ପର୍ସନାଲ ଡାଟା, ହେଲା ବଡ଼ ଖୁଲାସା

ସାରା ଦୁନିଆରେ ଆତଙ୍କ ଜାରି ରଖିଥିବା କରୋନା ଭାଇରସ ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି। କେବଳ କରୋନା ନୁହେଁ ଏବେ କରୋନା ଭାଇରସ ବିଷୟରେ ସୂଚନା ଦେଉଥିବା ୱେବସାଇଟ ମଧ୍ୟ ୟୁଜରଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଛି। କରୋନା ଭାଇରସ ସହ ସ୍ମାର୍ଟ ସାଇବର ହ୍ୟାକର ମାନେ ମଧ୍ୟ ସକ୍ରିୟ ହୋଇପଡିଛନ୍ତି। ହ୍ୟାକର ମାନେ ଏବେ ନୂଆ ନୂଆ ଉପାୟରେ ଡାଟା ଚୋରି କରୁଥିବା ଦେଖାଯାଇଛି। ବର୍ତ୍ତମାନ ଚୋର ମାନେ କରୋନା ଭାଇରସ ବିଷୟରେ ସୂଚନା ଦେଉଥିବା ନକଲି ସାଇଟର ସାହାରା ନେଇଛନ୍ତି।

WHO | World Health Organization

ଏହି ନକଲି ୱେବସାଇଟରେ କ୍ଲିକ କରିବା କ୍ଷଣି ଆପଣଙ୍କ ଫୋନକୁ OSKI ନାମକ ମାଲବେୟାର ଆସିଯିବ। ପରେ ହ୍ୟାକର ଆପଣଙ୍କ ରାଉଟରକୁ ହ୍ୟାକ କରି ତାହାର ଡୋମେନ ନେମ ସେଟିଂକୁ ବଦଳାଇ ଦେବ। ଆମେରିକା ଓ ଜର୍ମାନୀରେ ସାଇବର ଅପରାଧୀମାନେ ଏହି ଉପାୟରେ ବ୍ୟକ୍ତିଗତ ଦାଟା ଚୋରି କରୁଛନ୍ତି। ମାର୍ଚ୍ଚ ୧୮ ତାରିଖରେ ଏଭଳି ପ୍ରଥମ ମାମଲା ସାମ୍ନାକୁ ଆସିଥିଲା। ବର୍ତ୍ତମାନ ପ୍ରାୟ ୧୧୯୩ ଜଣ ଏଭଳି ଠକେଇର ଶିକାର ହୋଇଛନ୍ତି।

Most famous hackers in history - Panda Security Mediacenter

ସୂଚନାନୁଯାୟୀ ଏହି ନକଲି ସାଇଟ ନିଜକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୋଲି କହିବା ସହ କରୋନା ସହ ଜଡିତ ଅପଡେଟ ପାଇଁ ଆପ ଡାଉନଲୋଡ କରିବାକୁ କହିଥାନ୍ତି। ଜଣେ ରିସର୍ଚ୍ଚର କହିଛନ୍ତି ଯେ ଆପର ଡାଉନଲୋଡ ବଟନରେ Hyperlink ରହିଥାଏ, ଯାହା ୟୁଜରଙ୍କୁ ସିଧାସଳଖ ଗୁଗଲ କ୍ରୋମକୁ ନେଇଯାଏ। ଏଣୁ କାହାକୁ ସନ୍ଦେହ ହୁଏନାହିଁ। ମାତ୍ର ପ୍ରକୃତରେ ଡାଉନଲୋଡ ବଟନ ଚିପିବା ମାତ୍ରେ ଆପଣଙ୍କ URL ରେ ହାଇଡ଼ ହୋଇକିଥିବା TINY URL ଅର୍ଥାତ ମାଲବେୟାରକୁ ଆକ୍ଟିଭ କରିଦେଇଥାଏ। ଏହା ପରେ ଆପଣଙ୍କ ବ୍ୟକ୍ତିଗତ ଡାଟା ହ୍ୟାକର ପାଖରେ ପହଞ୍ଚିଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.