ଏବେ ଆଉ କେବେବି ଦେଖିବାକୁ ମିଳିବନି ୧୦୦୦ ଟଙ୍କିଆ ନୋଟ୍‌, ମୋଦି ସରକାରଙ୍କ ବଡ ନିଷ୍ପତ୍ତି

ଏବେ ହଜାର ଟଙ୍କିଆ ନୋଟକୁ ଦେଖିବା ସ୍ୱପ୍ନ ହୋଇଯିବ। ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଏକ ହଜାର ଟଙ୍କିଆ ନୋଟ ଜାରୀ କରିବାର ଅନୁମତି ଦେବାକୁ ଥିବା ୧୯୯୯ ଆଇନକୁ ସଂସଦରେ ନାକଚ କରିଦିଅଯାଇଛି। ଅର୍ଥବ୍ୟବସ୍ଥାରେ କରେନ୍ସୀ ନୋଟକୁ ଦୂର କରିବା ପାଇଁ ସେହି ସମୟରେ ଏହି ଆଇନ ଲାଗୁ କରାଯାଇଥିଲା। ସଂସଦ ପୂର୍ବ ସପ୍ତାହର ଏହି ଆଇନ ଏବଂ ବେକାର ହୋଇପଡିଥିବା ୫୮ଟି ପୁରୁଣା ଆଇନକୁ ସମାପ୍ତ କରିବା ପାଇଁ ମଞ୍ଜୁରୀ ଦେଇଛନ୍ତି। ଏଥିରେ ୧୦୦୦ ଟଙ୍କିଆ ନୋଟ ଜାରୀ କରିବାର ଅନୁମତି ଦେବାକୁ ଥିବା ଉଚ୍ଚ ମୂଲ୍ୟ ବର୍ଗ ବ୍ୟାଙ୍କ ନୋଟ (ବିମୁଦ୍ରୀକରଣ) ସଂଶୋଧନ ଅଧିନିୟମ ୧୯୯୮ ମଧ୍ୟ ସାମିଲ ଅଛି।

କାହିଁକି ଆସିବ ନାହିଁ ୧୦୦୦ ଟଙ୍କିଆ ନୋଟ

money-ଆପଣଙ୍କୁ ଜଣାଇବାକୁ ଚାହିଁବୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮ ନଭେମ୍ବର,୨୦୧୬ରେ ବିମୁଦ୍ରୀକରଣ ଘୋଷଣା କରି ମହାତ୍ମା ଗାନ୍ଧୀ ଶ୍ରୁଙ୍ଖଳାର ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟର ଚଳନକୁ ହଟାଇଦେଇଥିଲେ। ଏହାସହିତ ସେ ୫୦୦ ଏବଂ ୨,୦୦୦ ଟଙ୍କାର ନୂଆ ନୋଟ୍‌ ଜାରୀ କରିବାର ଘୋଷଣା କରିଥିଲେ।

ଏହାସହ ପଢ଼ନ୍ତୁ : ବିଭିନ୍ନ ପେନସନଧାରୀଙ୍କ ପାଇଁ ଜରୁରୀ ଖବର, ତୁରନ୍ତ ଯାଆନ୍ତୁ ବ୍ୟାଙ୍କ୍‌ ନଚେତ ପେନସନ୍‌ ହୋଇଯିବ ରଦ୍ଦ

-୧୦୦୦ ଟଙ୍କିଆ ନୋଟ ଚଳନକୁ ବନ୍ଦ କରିଦିଆଯାଇଥିଲା। ନିରସନ ଏବଂ ସଂଶୋଧନ ବିଧେୟକ ୨୦୧୯ ମାଧ୍ୟମରେ ୫୮ ଅପ୍ରଚଳିତ ଆଇନକୁ ମଧ୍ୟ ସମାପ୍ତ କରିଦେଇଛନ୍ତି। ଏଥିରେ ଥିବା କିଛି ଆଇନ ଦେଢ଼ ଶହ ବର୍ଷ ପୁରୁଣାର ଅଟେ।

ତତ୍କାଳୀନ ଅର୍ଥ ମନ୍ତ୍ରୀ ଯଶବନ୍ତ ସିହ୍ନା ଡିସେମ୍ବର ୧୯୯୮ରେ ଏହି ସମ୍ପର୍କରେ ସଂଶୋଧନ ବିଧେୟକ ଉପସ୍ଥାପନା କରିଥିଲେ।

-ବର୍ଷ ୧୯୭୮ର ଆଇନରେ କରାଯାଇଥିବା ଏହି ସଂଶୋଧନ ଜରୀଆରେ ନୋଟ ସମସ୍ୟାକୁ ଦୂର କରିବା ଏବଂ ଅନ୍ୟ ମୂଲ୍ୟବର୍ଗକୁ ନୋଟ ଉପରେ ପଡୁଥିବା ଚାପକୁ କମ୍‌ କରିବା ପାଇଁ ଜରୁରୀ ସଂଶୋଧନ କରାଗଲା।

RBI Image-ଏହା ଜରୀଆରେ ରିଜର୍ଭ ବ୍ୟାଙ୍କ୍‌ ୧୦୦୦ ଟଙ୍କିଆ ନୋଟ୍‌ ଜାରୀ କରିବାର ନିଷ୍ପତ୍ତି ନେଇଥିଲେ ଯାହାକୁ ବର୍ତ୍ତମାନ ସମାପ୍ତ କରିଦିଆଯାଇଛି।
ସରକାର ଏବେ ପଯ୍ୟର୍ନ୍ତ ସମାପ୍ତ କରିଛନ୍ତି ୧୪୨୮ଟି ଆଇନ୍‌

ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ସଂସଦରେ କହିଥିଲେ ଏହି ବିଧେୟକ ଜରୀଆରେ ପୁରୁଣା ପଡି ରହିଥିବା ଆଇନ, ଯାହାର ପ୍ରାସଙ୍ଗିକତା ଶେଷ ହୋଇସାରିଛି ସେଗୁଡିକୁ ସମାପ୍ତ କରାଯାଉଛି।

-ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସରକାର ଏହି ନିଷ୍ପତ୍ତି ନେଇଥିଲେ ଯେ ଅପ୍ରାସଙ୍ଗିକ ହୋଇଯାଇଥିବା ଆଇନକୁ ସମାପ୍ତ କରାଯିବ।

-ଏଥିପାଇଁ ଏକ ସମିତି ଗଠନ କରାଯାଇଥିଲା। ଏହି ସମିତି ୧୮୨୪ ଆଇନକୁ ପରିଚିତ କରାଇଥିଲା ଏବଂ ଏଥିରେ ଏବେ ପଯ୍ୟର୍ନ୍ତ ୧୪୨୮ଟି ଆଇନକୁ ସମାପ୍ତ କରାଯାଇସାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.