ଅକ୍ଷୟ କୁମାର ଏବଂ ଅମିତାଭଙ୍କୁ ଟକ୍କର ଦେଉଛନ୍ତି ଆୟୁଷ୍ମାନ, ଜାଣନ୍ତୁ କିପରି
ଅକ୍ଷୟ କୁମାର ଏବଂ ଅମିତାଭଙ୍କୁ ଟକ୍କର ଦେବା ପାଇଁ ଆୟୁଷ୍ମାନ ପ୍ରସ୍ତୁତ ହେଉଛନ୍ତି। ବଲିଉଡ ଇଣ୍ଡଷ୍ଟ୍ରୀରେ ଅକ୍ଷୟ କୁମାର ଏବଂ ଅମିତାଭ ବଚ୍ଚନ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। କିପରି ନିଜ ଫିଲ୍ମର ସୁଟିଂ ଶୀଘ୍ର ସାରିବେ ସେଥିପାଇଁ ଦୁହେଁ ଆପ୍ରାଣ ଚେଷ୍ଟା କରିଥାନ୍ତି। କିନ୍ତୁ ଖାସ୍ ଏହି ଧାରାରେ ନିଜକୁ ସାମିଲ କରିଛନ୍ତି ଅଭିନେତା ଆୟୁଷ୍ମାନ ଖୁରାନା। ଆୟୁଷ୍ମାନ ନିଜର ଅପକମିଙ୍ଗ ପ୍ରୋଜେକ୍ଟକୁ ସାରିବା ପାଇଁ ଖୁବ୍ ଜୋରରେ ଲାଗିପଡିଛନ୍ତି। ଏପରି କରିବା ପାଇଁ ଆୟୁଷ୍ମାନ ଅକ୍ଷୟ ଏବଂ ଅମିତାଭଙ୍କ ନୀତିକୁ ଆପଣାଇଛନ୍ତି। ଆୟୁଷ୍ମାନ ନିକଟ ତିନି ମାସ ମଧ୍ୟରେ ତିନୋଟି ଫିଲ୍ମର ସୁଟିଂ ସାରିଦେଇଛନ୍ତି। ପ୍ରତି ଫିଲ୍ମକୁ ଗୋଟେରୁ କମ୍ ମାସ ସମୟ ମଧ୍ୟରେ ସାରିଦେଇଛନ୍ତି ଆୟୁଷ୍ମାନ। ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ମଧ୍ୟରେ ଆୟୁଷ୍ମାନ ଆଉ ଏକ ଫିଲ୍ମ ‘ଡ୍ରିମ ଗାର୍ଲ’ର ସୁଟିଂ ମଧ୍ୟ କରିଛନ୍ତି। କିନ୍ତୁ ଏହି ଫିଲ୍ମ ପାଇଁ ସେ ୪୮ ଦିନ ସମୟ ଦେଇଛନ୍ତି। ଏସବୁ ଫିଲ୍ମ କରିବା ବେଳେ ମଧ୍ୟ ଆୟୁଷ୍ମାନ କିଛି ବ୍ରେକ ନେଇନାହାନ୍ତି। ତିନି ମାସ ଲଗାତାର କାମ କରିବା ପରେ ନିକଟରେ ଘରକୁ ଫେରିଛନ୍ତି ଆୟୁଷ୍ମାନ। ପୁଣି କିଛିଦିନର ବ୍ରେକ ପରେ ଆୟୁଷ୍ମାନ ‘ଶୁଭ ମଙ୍ଗଳ ଜ୍ୟାଦା ସାବଧାନ’ର ସୁଟିଂ କରିବେ ବୋଲି ଖବର ମିଳିଛି।