ମେଡିକାଲ ପଢିଥିବା ଛାତ୍ରଛାତ୍ରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ONGC ରେ ଖାଲିପଡିଛି ପଦବୀ

ONGC ରେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ସରକାରୀ ଚାକିରି ପାଇଁ ଇଚ୍ଛୁକ ଥିବା ଯୁବକଙ୍କ ପାଇଁ ବଢିଆ ଅଫର। ଅଏଲ ଆଣ୍ଡ ନ୍ୟାଚୁରାଲ ଗ୍ୟାସ୍‌ କର୍ପୋରେସନରେ କିଛି ପଦବୀ ଖାଲି ପଡିଛି। ଏହି ଭର୍ତ୍ତି ପାଇଁ ONGC ଦ୍ୱାରା ନୋଟିଫିକେସନ ଜାରି କରାଯାଇଛି।

ଓଏନଜିସି ଦ୍ୱାରା ଏହି ଭର୍ତ୍ତି ପାଇଁ ୨୯ ଅକ୍ଟୋବରରୁ ୪ ନଭେମ୍ବର ପର୍ଯ୍ୟନ୍ତ ରୋଜଗାର ସମାଚାର ପତ୍ରରେ ବିଜ୍ଞାପନ ଜାରି କରାଯାଇଛି। ଏହି ଭର୍ତ୍ତି ପ୍ରକ୍ରିୟା ଅଧିନରେ ସ୍ପେଶାଲିଷ୍ଟ ଡାକ୍ତର/ ଏକ୍ଜ୍ୟୁକ୍ୟୁଟିଭ ପଦ ପାଇଁ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିପାରିବେ। ଏଥିପାଇଁ ପ୍ରାର୍ଥୀଙ୍କୁ ଅଫିସିଆଲ ୱେବସାଇଟ୍‌ ongcindia.com କୁ ଯାଇ ଆବେଦନ କରିବାକୁ ହେବ।

ପଦବୀ ବିବରଣୀ :

ସ୍ପେଶାଲିଷ୍ଟ ଡାକ୍ତର: ୪

ଏକ୍ଜ୍ୟୁକ୍ୟୁଟିଭ : ୧୩

ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୮ ନଭେମ୍ବର ୨୦୨୨ ପର୍ଯ୍ୟନ୍ତ ଆବେଦନ କରିପାରିବେ।

ଶିକ୍ଷାଗତ ଯୋଗ୍ୟତା : ଏହି ଭର୍ତ୍ତି ପାଇଁ ପ୍ରାର୍ଥୀଙ୍କ ପାଖରେ ଏମଡି/ଏମଏସ/ଡିଏନବି କିମ୍ବା ପିଜି ଡିପ୍ଲୋମାରେ ଡିଗ୍ରୀ ରହିଥିବା ଜରୁରୀ। ଏହା ବିଷୟରେ ଅଧିକ ଜାଣିବା ପାଇଁ ନୋଟିଫିକେସନ ଚେକ୍‌ କରିପାରିବେ।

ଦରମା : ଯେଉଁ ପ୍ରାର୍ଥୀଙ୍କ ଚୟନ ହେବ ସେମାନଙ୍କୁ ମାସିକ ୭୦,୦୦୦ରୁ ଆରମ୍ଭ କରି ମାସକୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ।

ବୟସ ସୀମା : ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ବୟସ ୩୪ ରୁ ୪୪ ବର୍ଷ ହେବା ଜରୁରୀ। ଓବିସି ପ୍ରାର୍ଥୀଙ୍କ ପାଇଁ ୩ ବର୍ଷ ଏବଂ ଅନୁସୁଚିତ ଜାତି ଏବଂ ଜନଜାତି ପାଇଁ ୫ ବର୍ଷ ବୟସ ଛୁଟ୍‌ ଦିଆଯାଇଛି।

କେମିତି କରିବେ ଆବେଦନ :

ଆବେଦନ କରିବା ପାଇଁ ପ୍ରାର୍ଥୀ ପ୍ରଥମେ ଅଫିସିଆଲ ୱେବସାଇଟ୍‌ ongcindia.com କୁ ଯାଆନ୍ତୁ।

ଏହା ପରେ କ୍ୟାରିଅର ସେକ୍ସନକୁ ଯାଇ କ୍ଲିକ୍‌ କରନ୍ତୁ।

ଏହା ପରେ ସମ୍ବନ୍ଧୀୟ ଲିଙ୍କକୁ ଯାଇ ଅନଲାଇନ ଆବେଦନ କରନ୍ତୁ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://ongcindia.com/documents/77751/2593733/advteng171022.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.