ପୁଣି ଜିଏସଟି ସଂଗ୍ରହ ୧ ଲକ୍ଷ କୋଟି ପାର, ଜେଟଲୀ ଟ୍ବିଟ୍ କରି ଦେଲେ ସୂଚନା

ନୂଆଦିଳ୍ଲୀ : ଗତ ଅକ୍ଟୋବର ମାସରେ ଜିଏସଟିର ସମୁଦାୟ ସଂଗ୍ରହର ସୂଚନା ଆସିଯାଇଛି। ଗତ ମାସରେ ଜିଏସଟି ଏକ କୋଟିରୁ ଅଧିକ ସଂଗ୍ରହ କରାଯାଇଥିବା ବେଳେ ଗୁରୁବାର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଟ୍ବିଟ କରି ଅକ୍ଟୋବର ମାସର ସମୁଦାୟ ଜିଏସଟି ସଂଗ୍ରହ ବିଷୟରେ ସୂଚନା ପ୍ରଦାନ କରିଛନ୍ତି।

ଜେଟଲୀ ଟ୍ବିଟ କରି କହିଛନ୍ତି, ଅକ୍ଟୋବର ମାସ (୨୦୧୮)ରେ ଜିଏସଟି ସଂଗ୍ରହ ଏକ ଲକ୍ଷ କୋଟି ପାର କରିଛି। ଏହି ସଫଳତା ପଛରେ ଦେଶରେ ଏକ ପ୍ରକାରର ଟ୍ଯାକ୍ସ ବ୍ଯବସ୍ଥା, ଅନ୍ଯାନ୍ଯ ଟ୍ଯାକ୍ସରେ ସୁଧାର ଏବଂ ଟ୍ଯାକ୍ସ ଅଧିକାରୀଙ୍କର ହସ୍ତକ୍ଷେପ ନଥିବାରୁ ସମ୍ଭବପର ହୋଇଛି। ଏହା ପୂର୍ବରୁ ଏପ୍ରିଲରେ ଜିଏସଟି ସଂଗ୍ରହ ଏକ ଲକ୍ଷ କୋଟି ପାର କରିଥିଲା।

ଏପ୍ରିଲରେ ୧.୦୩ ଲକ୍ଷ କୋଟି ଟଙ୍କାର ଜିଏସଟି ସଂଗ୍ରହ କରାଯାଇଥିଲା। ଆର୍ଥିକ ବର୍ଷ ୨୦୧୭-୧୮ରେ ସମୁଦାୟ ଜିଏସଟି ସଂଗ୍ରହ ୭.୪୧ ଲକ୍ଷ କୋଟି ଟଙ୍କା ହୋଇଛି।