Below header

ବେଙ୍ଗାଲୁରୁଠାରେ ସିଣ୍ଡିକେଟ ବ୍ୟାଙ୍କର ଆର୍ଥିକ ପରିଚାଳନା ନେଇ ଆଲୋଚନା

ବେଙ୍ଗାଲୁରୁ(କେନ୍ଯୁଜ୍) : ବେଙ୍ଗାଲୁରୁଠାରେ ସିଣ୍ଡିକେଟ ବ୍ୟାଙ୍କର ଆର୍ଥିକ ପରିଚାଳନା ନେଇ ଆଲୋଚନା । ଏବେ ଦେଶରେ ସିଣ୍ଡିକେଟ ବ୍ୟାଙ୍କର ମୋଟ ୪,୨୦୦ଟି ଶାଖା ରହିଥିବା ବେଳେ ସେଥିରୁ ୨ହଜାରଟି କେବଳ ଗ୍ରାମାଞ୍ଚଳରେ ଅଛି । ୭ ଶହଟି ନୂଆ ବ୍ରାଞ୍ଚ ଖୋଲାଯାଇଛି । ଆଗକୁ ଏନପିଏ କ୍ଷତିର ଭରଣା କିଭଳି ହୋଇପାରିବ ସେନେଇ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଇଛନ୍ତି । ସିଣ୍ଡିକେଟ ବ୍ୟାଙ୍କର ୧୫ଶହ ୪୩ କେଟି ଟଙ୍କା କ୍ଷତି ହୋଇଥିବା ଦର୍ଶାଯାଇଛି । ତେବେ ପ୍ରୋଭିଜନ ଯୋଗୁଁ ହୋଇଥିବା ଏହି କ୍ଷତିକୁ ଯଥାଶୀଘ୍ର ଭରଣା କରାଯିବ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ କହିଛନ୍ତି । ସିଣ୍ଡିକେଟ ବ୍ୟାଙ୍କ ଆଗକୁ ଅଧିକ ଦକ୍ଷ ହେବା ସହ ଏନପିଏର କିଭଳି କ୍ଷତିଭରଣା ହୋଇପାରିବ ସେନେଇ ମଧ୍ୟ ଆଲୋଚନା ହୋଇଛି । ବୈଠକରେ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ମୃତ୍ୟୁଞ୍ଜୟ ମହାପାତ୍ର, କାର‌୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଏସ୍‌. କିଶନ୍‌, ଅଜୟ କୁମାର ଖୁରାନା ଏବଂ ଜି. ମୋହନ ରାଓ ପ୍ରମୁଖ ଯୋଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.