ଅପରେସନ୍ ଟେବୁଲ୍ରେ ରୋଗୀ, ଅାଉ ସେଲ୍ଫି ନେଉଛନ୍ତି ଡାକ୍ତର ଓ ନର୍ସ

ଜୟପୁର(କେନ୍ଯୁଜ୍) : ଦାୟିତ୍ୱ ଭୁଲିଗଲେ ଡାକ୍ତର । ଅପରେସନ୍ ବେଳେ ନେଉଛନ୍ତି ସେଲ୍ଫି । ଅପରେସନ୍ ଟେବୁଲ୍ରେ ଅଛନ୍ତି ରୋଗୀ, ହେଲେ ରୋଗୀଙ୍କ ସ୍ୱାସ୍ଥ୍ୟକୁ ଅଣଦେଖା କରି ଡାକ୍ତର ଓ ନର୍ସ ସେଲ୍ଫି ନେବାରେ ବ୍ୟସ୍ତ । ଏପରି ଏକ ଅଭିଯୋଗ ଆସିଛି ଜୟପୁର ସ୍ଥିତ ଡିଏଚ୍ଏଚ୍ ଡାକ୍ତରଖାନାରୁ ।
ଗତ ୧୫ ତାରିଖରେ ଏହି ଡାକ୍ତରଖାନା ଆନୁଷ୍ଠନିକ ଭାବେ ସ୍ଥାନାନ୍ତର ହୋଇଥିଲା । ତେବେ ଗତକାଲି ଡାକ୍ତରଖାନାରେ ଅପରେସନ ଥିଏଟର ଖୋଲିବା ସହ ଅପରେସନ ଆରମ୍ଭ ହୋଇଥିଲା । ତେବେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ମେଡିକାଲର ଡାକ୍ତର । ଉପରିସ୍ଥ ଅଧିକାରୀଙ୍କୁ ପଠାଇବା ଉଦ୍ଦେଶ୍ୟରେ ଫଟୋ ଉଠାଯାଇଥିଲା । ଭଲ ମେସେଜକୁ ଅତିରଞ୍ଜିତ କରାଯାଉଛି ବୋଲି କହିଛନ୍ତି ମେଡିକାଲର ଡାକ୍ତର ।