Below header

ବାଇକ ଲଭରଙ୍କ ପାଇଁ ଖୁସି ଖବର, ଭାରତକୁ ଦୁଇଟି ନୂଆ ବାଇକ ଆଣୁଛି ହାର୍ଲି ଡେଭିଡସନ

କେନ୍ୟୁଜ୍‌(ବ୍ୟୁରୋ): ହାର୍ଲି ଡେଭିଡସନ । ଆମେରିକୀୟ ବାଇକ ନିର୍ମାତା । ଯିଏକି ଉଚ୍ଚ ଗୁଣବତ୍ତା, ଗତି ଓ ତୀବ୍ର ଆବାଜ କରୁଥିବା ଭି ଟ୍ଵିନ ଇଞ୍ଜିନ ପାଇଁ ଜଣାଶୁଣା । କହିବାକୁ ଗଲେ ଏହାଏକ ଲୋକପ୍ରିୟ ବ୍ରାଣ୍ଡ । ଅଧିକ ଦାମ ଯୋଗୁଁ ବଜେଟରେ ଗତିସମ୍ପନ୍ନ ବାଇକ କିଣିବାକୁ ଚାହୁଁଥିବା ବାଇକ ପ୍ରେମୀଙ୍କ ପାଇଁ କଷ୍ଟ ହୋଇଥାଏ । କିନ୍ତୁ ଏଥିରେ ଏକ ଭଲ ଖବର ଆସିଛି । ଯାହା ଆପଣଙ୍କ ପାଇଁ ଆମେ ନେଇ ଆସିଛୁ ।

ଭାରତରେ ରୋୟାଲ ଏନଫିଲ୍ଡି ବାଇକ, ବାଇକ ଲଭରଙ୍କ ଏକ ପସନ୍ଦର ବାଇକ ହେବା ପଛରେ ଏହାର ଭଲ କ୍ୱାଲିଟି ଓ ପରଫରମାନ୍ସ ହିଁ ଦାୟୀ । ଏହାସହ ଏହାର ମୂଲ୍ୟ ଆଉ ଏକ କାରଣ ରହିଛି । ଏହି ଦୌଡ଼ରେ ଏବେ ଆମେରିକୀୟ ବାଇକ ନିର୍ମାତା ହାର୍ଲି ଡେଭିଡସନ ସାମିଲ ହେବାକୁ ଯାଉଛି । ରୋୟାଲ ଏନଫିଲ୍ଡର ମୂଲ୍ୟରେ ଖୁବ୍‌ ଶିଘ୍ର ଭାରତରେ ଲଞ୍ଚ କରିବ ।

ହାର୍ଲି ଡେଭିଡସନ ଏବେ ୨ଟି ବାଇକର ନିର୍ମାଣରେ ଲାଗିପଡ଼ିଛି । ଗୋଟେ HD350 ଓ ଅନ୍ୟଟି HD500 । ଏହାର ଫଟୋ ଏବେ ଅନଲାଇନରେ ଦେଖିବାକୁ ମିଳିଛି । ସ୍ପାଏ ଶୋଟ୍ସ ଜାରି କରିଥିବା ଫଟୋରେ ଏହାର ନା X350 ଓ X500 ରହିଛି । X350 ର ଜିଡାଇନ ୨୦୧୯ରେ ଆସିଥିବା 338R ସହ ସମାନ ରହିଛି । କୁହାଯାଉଛି କି ଏଥିରେ ବେନେଲ୍ଲି ୩୩୮ ସିସିର ଇଞ୍ଜିନ ଖଞ୍ଜାଯାଇଛି । ଏହାସହ ଏକ ୩୫୩ ସିସିର ଇଞ୍ଜିନ ନିର୍ମାଣ ଚାଲିଥିବା ଜଣାଯାଇଛି । ତେଣୁକରି ଏହାର ନା X350 ରଖା ଯାଇଥିବା କୁହାଯାଉଛି ।

ଏହାସହ X350 ର ଫ୍ରେମ QJ SRK350 ସହ ପ୍ରାୟ ସମାନ ରହିଛି । ପେଟାଲ ଡିକ୍ସ ବ୍ରେକ୍‌ ଓ ଏଲୟ ହୁଇଲ ଡିଜାଇନ ରହିଛି । ଏହାର ଓଜନ ୧୯୫ କିଲୋଗ୍ରାମ ରହିବ ବୋଲି କୁହାଯାଉଛି । କିନ୍ତୁ SRK350 ର ଓଜନ ୧୭୬ କିଲୋଗ୍ରାମ ରହିଛି ।

ସେହିପରି X500 ର ଜିଜାଇନ Benelli Leoncino 500 ସହ ପ୍ରାୟ ସମାନ ରହିଛି । ଏଥିରେ ୫୦୦ ସିସି ପାରାଲେଲ ଟ୍ଵିନ ଇଞ୍ଜିନ ରହିଛି । ଯେଉଁଥିରୁ ୪୭ ବିଏଚପିର ପାଓ୍ଵାର ମିଳିବ । ଏହାର ଓଜନ ୨୦୭ କିଲୋଗ୍ରାମ ରହିଛି ।

ହାର୍ଲି ଡେଭିଡସନର ଏହି ଦୁଇଟି ମଡେଲର ବାଇକ ଏକ ବଜେଟ ମଟରସାଇକଲ ଭାବେ ଆସିବାକୁ ଯାଉଛି । ଆଗାମୀ ବର୍ଷ ଭିତରେ ଏହା ଭାରତରେ ଲଞ୍ଚ କରିବ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.