ଭିଜିଲାନ୍ସ ଜାଲରେ ଡେପୁଟି କଲେକ୍ଟର: ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଠାବ ହେଲା ୪କୋଠା, ୬ପ୍ଲଟ୍‌

ଜଗତସିଂହପୁର (କେନ୍ୟୁଜ): ଭିଜିଲାନ୍ସ ଜାଲରେ ଡେପୁଟୀ କଲେକ୍ଟର । ଜଗତସିଂହପୁର ଡେପୁଟୀ କଲେକ୍ଟର ଚିତ୍ତରଞ୍ଜନ ପିଲ୍ଲାଙ୍କ ଘରେ ରେଡ୍‌ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର, ବାଲେଶ୍ୱର, ସୋନପୁର ଓ ଜଗତସିଂହପୁରରେ ୯ଟି ସ୍ଥାନରେ ଏକକାଳୀନ ରେଡ୍‌ କରାଯାଇଛି। ଚଢ଼ାଉ ବେଳେ ଘରୁ ମିଳିଛି ନଗଦ ୮୭ହଜାର ୭୮୫ ଟଙ୍କା । ୪ଟି ଫ୍ଲାଟ୍‌, ଗୋଟିଏ ଦୁଇ ମହଲା କୋଠା ଓ ୬ଟି ପ୍ଲଟ୍‌ ଠାବ ହୋଇଛି । ଭୁବନେଶ୍ୱର ସମେତ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଓ ବାଲେଶ୍ୱର ଜିଲ୍ଲା ବାଲିଆପାଳର ପ୍ରାଇମ୍‌ ଲୋକେସନରେ ଅଛି ୬ଟି ପ୍ଲଟ୍‌ ।

ଏଥିରୁ ଭୁବନେଶ୍ୱରରେ ୩ଟି, ବାଲିଆପାଳରେ ୨ଟି ଓ ସୁବର୍ଣ୍ଣପୁର କଟାପାଲିରେ ଗୋଟିଏ ପ୍ଲଟ୍‌ ଅଛି । ଭୁବନେଶ୍ୱର ମଞ୍ଚେଶ୍ୱରରେ ଥିବା ସ୍ପେସ୍‌ ଟାଉନ୍‌ ଆପାର୍ଟମେଣ୍ଟର ଫ୍ଲାଟ୍‌, ରଙ୍ଗମାଟିଆରେ ହର୍ଷପ୍ରିୟା ଏନକ୍ଲେଭରେ ଥିବା ଫ୍ଲାଟ୍‌, ନୂଆଗାଁରେ ଥିବା ଫ୍ଲାଟ୍‌ରେ ଚଢ଼ାଉ କରୁଛି ଭିଜିଲାନ୍ସ । ସେହିପରି ବାଲେଶ୍ୱର ସୁନହଟରେ ୨ଟି ଫ୍ଲାଟ୍‌, ବାଲିଆପାଳରେ ପୈତୃକ ଘର, ସୋନପୁର ଟାଉନରେ ଘର, ଜଗତସିଂହପୁରରେ ଅସ୍ଥାୟୀ ବାସଭବନ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚିତ୍ତରଞ୍ଜନ ପିଲ୍ଲାଙ୍କ ଅଫିସରେ ରେଡ୍‌ ଚାଲିଛି । ଚଢ଼ାଉରେ ସାମିଲ ଅଛନ୍ତି ୨ ଜଣ ଡିଏସପି, ୧୪ ଜଣ ଇନିସପେକ୍ଟର, ୬ ଜଣ ଏଏସଆଇ ଓ ଅନ୍ୟ କର୍ମଚାରୀ । ରେଡ୍‌ ସରିବା ପରେ ଆକଳନ ହେଲେ ଜଣା ପଡ଼ିବ କେତେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଛନ୍ତି ଜଗତସିଂହପୁର ଡେପୁଟୀ କଲେକ୍ଟର ଚିତ୍ତରଞ୍ଜନ ପିଲ୍ଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.