ହାର୍ଲି ଡ଼େଭିଲସନ୍ ଲଞ୍ଚ କରିବାକୁ ଯାଉଛି ୪ଟି ନୂଆ ମଡ଼େଲ ବାଇକ୍ : ବୁଲେଟକୁ ଦେବ ଟକ୍କର

ନୂଆଦିଲ୍ଳୀ : ନିଜର ହାର୍ଲି ପରଫମ୍ପାନ୍ସ ବାଇକ୍ ପାଇଁ ଦୁନିଆରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛି ହାର୍ଲି ଡ଼େଭିଲସନ୍। କମ୍ପାନୀ ଏବେ ବଜାରରେ ଲଞ୍ଚ କରିବା ପାଇଁ ଯାଉଛି ଚାରୋଟି ନୂଆ ମଡ଼େଲ୍ ବାଇକ୍। କମ୍ପାନୀ ଏହାର ଏକ ମିଟିଂରେ କହିଛି ଦୁନିଆ ବଦଳିବା ସହ ବଦଳିଛି ଗ୍ରାହକଙ୍କ ପସନ୍ଦ। ଏହାକୁ ନଜରରେ ରଖି କମ୍ପାନୀ ୪ଟି ନୂଆ ବାଇକ୍ ଲଞ୍ଚ କରିବା ନେଇ ଘୋଷଣା କରିଛି ଯେଉଁଥିରେ ଗୋଟିଏ ଇଲେଟ୍ରୋନିକ୍ ମଟୋରସାଇକେଲ ମଧ୍ୟ ସାମିଲ ରହିଛି। ଏହି ନୂତନ ବାଇକ୍ ଗୁଡ଼ିକୁ ୨୦୧୯-୨୦ ଏବଂ ୨୦୨୨ରେ ଲଞ୍ଚ କରିବା ନେଇ ସୂଚନା ରହିଛି। ଏହି ବାଇକ୍ ଗୁଡ଼ିକର ଇଞ୍ଜିନ କ୍ଷମତା ୫୦୦ସିସି ରୁ ଆରମ୍ଭ କରି ୧୨୫୦ ସିସି ପର୍ୟ୍ୟନ୍ତ ରହିଛି। ଯେଉଁଥିରେ ଖାସ କରି ଭାରତ ବଜାରରେ ଲଞ୍ଚ କରିବ ୨୫୦ ଏବଂ ୫୦୦ସିସି ବାଇକ୍।

ହାର୍ଲି ଡ଼େଭିଲସନର ମୁଖ୍ୟ କାର୍ୟ୍ୟକର୍ତ୍ତା ମେଟ ଲେବାଟିକ୍ କହିଛନ୍ତି, “ହାର୍ଲି ଡ଼େଭିଲସନ୍ ପ୍ରତିଷ୍ଠିତ କାହିଁକି ନା ଆମେ ସମୟ ସହ ସବୁବେଳେ ନିଜକୁ ପରିବର୍ତ୍ତନ କରିଛୁ”। ଆଗକୁ ଲଞ୍ଚ ହେବାକୁ ଥିବା ବାଇକ୍ ଆମ କମ୍ପାନୀର ଅସ୍ତିତ୍ବକୁ ଆହୁରୀ ମଜବୁତ କରାଇବ। ଏହି ନୂତନ ମଡ଼େଲ ମାନଙ୍କରେ ହାର୍ଲି ଡ଼େଭିଲସନ ପେନ ଆମେରିକା ୧୨୫୦ସିସି , ଷ୍ଟିଟ୍ ଫାଇଟର ମଡ଼େଲ ୯୭୫ସିସି ଏବଂ ୨୫୦-୫୦୦ସିସି ବିଶିଷ୍ଟ ବାଇକ୍ ଆଦି ଲଞ୍ଚ କରିବାର ସୂଚନା ରହିଛି। ଏହା ଛଡ଼ା ଏହାର ଇଲେକ୍ଟିକ୍ ବାଇକଟି ୨୦୨୨ରେ ଲଞ୍ଚ କରାଯିବ। ତେବେ ଏହି ସମସ୍ତ ବାଇକର ମୂଲ୍ୟ ଏବଂ ଅନ୍ଯନ୍ଯ ଫିଚର ବିଷୟରେ ଏପର୍ୟ୍ୟନ୍ତ କିଛି ଜଣାପଡ଼ିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.