Below header

ଏହି ସ୍କିମରେ ମିଳୁଛି ୮.୩ ପ୍ରତିଶତ ସୁଧ, ପ୍ରତିମାସ ଆକାଉଣ୍ଟକୁ ଆସିବ ୧୦ ହଜାର ଟଙ୍କା

ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ନୀତିଗତ ସୁଧ ହାର ରିହାତି ପରେ ବ୍ୟାଙ୍କ ଏବଂ ଆର୍ଥିକ ସଂସ୍ଥା ମଧ୍ୟ ସୁଧ ହାର କମ କରିବାକୁ ଘୋଷଣା କରିଛନ୍ତି। ଆରବିଆଇ ରେପୋ ରେଟରେ ୭୫ ଆଧାର ଅଙ୍କ ରିହାତି କରିଛି। ଯାହାପରେ ଏହା ୪.୪ ପ୍ରତିଶତ ସ୍ତର ହୋଇଯାଇଛି। ସେହିପରି ରିଭର୍ସ ରେପୋ ରେଟରେ ୯୦ ପ୍ରତିଶତ ଆଧାରରେ ରିହାତି କରାଯାଇଛି। ଏହାପରେ ରିଭର୍ସ ରେପୋ ରେଟର ସ୍ତର ଚାରି ପ୍ରତିଶତ ହୋଇଯାଇଛି। ଆରବିଆଇ ଏହି ପଦକ୍ଷେପ ଏଥିପାଇଁ ନେଇଛି ଯେ କାରୋନା ଭାଇରସ ମହାମାରୀ କାରଣରୁ ଦେଶରେ ଲକଡାଉନ ସମୟରେ ଲୋକଙ୍କ ହାତରେ ପର୍ଯ୍ୟାପ୍ତ ଟଙ୍କା ଉପଲବ୍ଧ ରହୁ।

ଭାରତୀୟ ଷ୍ଟେଟ ବ୍ୟାଙ୍କ ଦ୍ୱାରା ଲ୍ୟାଣ୍ଡିଙ୍ଗ ରେଟରେ ରିହାତି ପରେ କେନ୍ଦ୍ର ସରକାର ମଧ୍ୟ ସ୍ମଲ ସେଭିଂସ୍ ସ୍କିମରେ ଥିବା ସୁଧ ହାରକୁ କମାଇ ଦେଇଛି। ଏଥିରେ ୧.୨ ପ୍ରତିଶତ ରିହାତି କରାଯାଇଛି, ଯାହାପରେ ଏବେ ସିନିୟର ସିଟିଜେନ ସେଭିଂସ୍ ସ୍କିମରେ ପ୍ରତି ବର୍ଷ ୭.୪ ପ୍ରତିଶତ ହାରରେ ସୁଧ ମିଳୁଛି।

moneyପ୍ରଧାନମନ୍ତ୍ରୀ ବ୍ୟୟ ବନ୍ଦନା ଯୋଜନା ଅନୁଯାୟୀ ବରିଷ୍ଠ ନାଗରିକଙ୍କୁ ୧୦ ବର୍ଷ ପାଇଁ ୮.୩ ପ୍ରତିଶତ ହାରରେ ସୁଧ ମିଳିପାରେ। ଏହି ସ୍କିମରେ ସରକାରଙ୍କ ପକ୍ଷରୁ ଫୁଲ ଗ୍ୟାରେଣ୍ଟି ରହିଛି। ଏହି ସ୍କିମ ଅନୁଯାୟୀ ନିବେଶକଙ୍କୁ ମାସିକ, ତିନି ମାସିକ, ଛଅ ମାସ, ବାର୍ଷିକ ବିକଳ୍ପ ମଧ୍ୟ ମିଳିଥାଏ। ମାସିକ ସ୍ତରରେ ଏହାକୁ ନେଇ ସୁଧ ହାର ୮ ପ୍ରତିଶତ, ତିନି ମାସ ପାଇଁ ୮.୦୫ ପ୍ରତିଶତ, ଛଅ ମାସ ପାଇଁ ୮.୧୩ ପ୍ରତିଶତ ଏବଂ ବାର୍ଷିକ ପାଇଁ ୮.୩ ପ୍ରତିଶତ ହାରରେ ସୁଧ ମିଳିଥାଏ।

ପ୍ରତି ମାସ ମିଳିବ ୧୦,୦୦୦ ଟଙ୍କା

ଏମିତିରେ ଯଦି କୌଣସି ବରିଷ୍ଠ ନାଗରିକଙ୍କୁ ପ୍ରତିବର୍ଷ ଅତି କମରେ ୧୨,୦୦୦ ଟଙ୍କା ପେନସନ ଦରକାର ହୋଇଥାଏ ତେବେ ସେ ମିନିମମ ୧,୪୪,୫୭୮ ଟଙ୍କା ଇନଭେସ୍ଟ କରିପାରନ୍ତି। ଏହି ସ୍କିମ ଅନୁଯାୟୀ ଅଧିକତମ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରାଯାଇଥାଏ। ୧୫ ଲକ୍ଷ ଟଙ୍କାର ନିବେଶରେ ଅଧିକତମ ୧୦,୦୦୦ ଟଙ୍କା ପ୍ରତିମାସ ପେନସନ ମିଳିବ। ପ୍ରଧାନମନ୍ତ୍ରୀ ବ୍ୟୟ ବନ୍ଦନା ଯୋଜନାର ଲାଭ ଭାରତୀୟ ଜୀବନ ବୀମା ନିଗମ ଜରିଆରେ ନେଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.