ଯାଜପୁର: ଛତିଆ ଉଦାସ ଆଶ୍ରମ ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ, ଆଦିବାସୀ ବସ୍ତିକୁ ଯାଇ ପ୍ରସାଦ ବାଣ୍ଟିଲେ ବ୍ରହ୍ମଚାରୀ ରବିନ୍ଦ୍ର ନାଥ ଦାସ

ଯାଜପୁର (କେନ୍ୟୁଜ): ସାରା ରାଜ୍ୟରେ ଲକଡାଉନ ଯୋଗୁ ଜନଜୀବନ ପ୍ରଭାବିତ । କରୋନା ପ୍ରଭାବରେ ପ୍ରଭାବିତ ଲୋକଙ୍କୁ ଏହି ସମୟରେ ସାହାଯ୍ୟ ସହଯୋଗ କରିବାକୁ ଆଗେଇ ଆସିଛନ୍ତି ବହୁ ସାମାଜିକ ଅନୁଷ୍ଠାନ । ଏହିକ୍ରମରେ ଭୋକିଲାଙ୍କ ମୁହଁରେ ଆହାର ଦେବା ଲାଗି ଯାଜପୁର ଜିଲ୍ଲା ଛତିଆ ଉଦାସ ଆଶ୍ରମ ପକ୍ଷରୁ ଉଦ୍ୟମ କରାଯାଇଛି । ଆଶ୍ରମର ପ୍ରତିଷ୍ଠାତା ତଥା ବ୍ରହ୍ମଚାରୀ ରବିନ୍ଦ୍ର ନାଥ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରନ୍ଧା ଖାଦ୍ୟ ବଣ୍ଟନ ଆରମ୍ଭ ହୋଇଛି । ବଡଚଣା ବ୍ଲକ ବୈରୀ ପଂଚାୟତର ଆଦିବାସୀ ବହୁଳ ଝାଟିଆପଡାରେ ବସବାସ କରୁଥିବା ଶତାଧିକ ଆଦିବାସୀ ପରିବାରଙ୍କୁ ଆଜି ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି । ଲକଡାଉନ ଘୋଷଣା ପରେ ଆଦିବାସୀ ବସ୍ତିର ଲୋକମାନଙ୍କ କାମ ଧନ୍ଧା ବନ୍ଦ
ହୋଇଯାଇଛି । ଫଳରେ ଏଠାରେ ରହୁଥିବା ଶତାଧିକ ପରିବାର ଭୋକ ଉପାସରେ ଦିନ କାଟୁଛନ୍ତି । ଏପରି ଦୁର୍ଦ୍ଦିନ ସମୟରେ ସେମାନଙ୍କ ପେଟକୁ ଦାନା ଯୋଗାଇ ଦିଆଯାଇଛି ।

ସେହିପରି ଶନିବାର ଆଶ୍ରମ ପକ୍ଷରୁ ବଡଚଣାର ଆଦିବାସୀ ବସ୍ତିରେ ରହୁଥିବା ଲୋକାମାନଙ୍କୁ ଆଶ୍ରମ ପକ୍ଷରୁ ପ୍ରସ୍ତୁତ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡିଏସପି ଦୀପକ କୁମାର ଗୋଚ୍ଛାୟତ, ଆଶ୍ରମର ମୁଖ୍ୟ ପରିଚାଳକ ସତ୍ୟରଂଜନ ଦାସ ଓ ବହୁ ଶିଷ୍ୟମାନେ ଯୋଗଦେଇ ଖାଦ୍ୟ ବଣ୍ଟନରେ ସହଯୋଗ କରିଥିଲେ ।

କିଛିଦିନ ତଳେ ଆଶ୍ରମ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକ ଲକ୍ଷ ଟଙ୍କା ଯାଜପୁର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.