Below header

ଦମଦାର ଫିଚର ଏବଂ ଆକର୍ଷଣୀୟ ଲୁକ୍ ସହିତ ଲଞ୍ଚ ହେବ ହୋଣ୍ଡାର ନୂଆ ବାଇକ୍

ହୋଣ୍ଡା କମ୍ପାନୀ ଏବେ ଏକ ନୂଆ ବାଇକର ଟିଜର ରିଲିଜ୍ କରିଛି । ଯାହାର ନାମ ରହିଛି ‘Powered By Legacy Here To Create Stories’ ଟ୍ଯାଗଲାଇନ ରହିଛି। ଆସନ୍ତା କିଛି ଦିନ ମଧ୍ୟରେ ହୋଣ୍ଡାର ଏହି ବାଇକ୍ ବଜାର ପ୍ରବେଶ କରିବାକୁ ଯାଉଛି । ଆକର୍ଷଣୀୟ ଲୁକ୍ ସହିତ ଦମଦାର ଫିଚର ଥିବା ଏହି ବାଇକର ଦାମ କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇନାହିଁ । ତେବେ ୧୬ ଫେବୃୟାରୀ ୨୦୨୧ରେ ଏହାର ବଜାର ପ୍ରବେଶ ହୋଇପାରେ ।

କମ୍ପାନୀ ପକ୍ଷରୁ, ବାଇକର ନାଁ କଣ ରହିଛି ସେ ନେଇ ନିର୍ଦ୍ଦିଷ୍ଟଭାବେ କିଛି କୁହାଯାଇନଥିଲେ ସୁଦ୍ଧା ଏହା ହୋଣ୍ଡା CB-350 ଉପରେ ଆଧାରିତ Cafe Racer ବାଇକ ହୋଇପାରେ ବୋଲି ଅନୁମାନ କରାଯାଉଛି ।

ଏହି ବାଇକକୁ କମ୍ପାନୀ ୩୫୦-ସିସି ଇଞ୍ଜନ୍ ସହିତ ଲଞ୍ଚ କରିବାକୁ ଯାଉଛି । ଯାହାର ବ୍ୟବହାର ହୋଣ୍ଡା ହାଇନେସ୍ ବାଇକରେ ମଧ୍ୟ କରାଯାଇଛି । ଏହି ବାଇକ୍ ୫ ସ୍ପିଡ୍ ଗିୟର ବକ୍ସ୍ ସହିତ ବଜାରକୁ ଆସିବ । ହୋଣ୍ଡାର ଏହି ବାଇକ୍ର ଦାମ ସାମ୍ନାକୁ ଆସିନଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ମଧ୍ୟରେ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.