ଭୁବନେଶ୍ୱରରୁ ମିଳିଥିବା ମୁଣ୍ଡ ବିହୀନ ମୃତଦେହର ଆସିଲା ପୋଷ୍ଟମର୍ଟମ ରିପୋର୍ଟ, ସର୍ବସାଧାରଣରେ ଲାଗିଲା ପୋଷ୍ଟର

ଭୁବନେଶ୍ୱର: ଭୁବନେଶ୍ୱର ଅନ୍ଧାରୁଆ ଅଞ୍ଚଳରୁ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମଳିବା ଘଟଣାର ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ମହିଳାଙ୍କୁ ପ୍ରଥମେ ତଣ୍ଟି ଚିପି ହତ୍ୟା କରାଯାଇଛି । ପରେ ଧାରୁଆ ଅସ୍ତ୍ରରେ ମୁଣ୍ଡରୁ ଦେହ ଅଲଗା କରାଯାଇଛି । ଅଧିକ ତଥ୍ୟ ପାଇଁ ଏମ୍‌ସରେ ପୁଣି ଥରେ ପୋଷ୍ଟମର୍ଟମ କରାଯାଉଛି ।

ସେପଟେ ଏବେ ବି କଟାମୁଣ୍ଡର ସନ୍ଧାନ ମିଳିନି । ମୃତ ମହିଳାଙ୍କ ମଧ୍ୟ ପରିଚୟ ମିଳିପାରି ନାହିଁ । ମୃତ ମହିଳା ଜଣଙ୍କ କିଏ ? ଆଜି ସର୍ବସାଧାରଣରେ ପୋଷ୍ଟର ଲଗାଇଛି ପୋଲିସ । ଚନ୍ଦକା ଥାନା ପକ୍ଷରୁ ପୋଷ୍ଟର ଲଗାଯାଇଛି। ପୋଷ୍ଟରରେ ମୃତ ମହିଳାଙ୍କଠାରୁ ମିଳିଥିବା ତଥ୍ୟ ଦିଆଯିବ । ବିଭିନ୍ନ ଜିଲ୍ଲାକୁ ମଧ୍ୟ ପୋଷ୍ଟର ପଠାଇବ ପୋଲିସ ।

posterମିଳିଥିବା ସୂଚନା ଅନୁଯାୟୀ, ମୁଣ୍ଡ ବିହୀନ ମହିଳାଙ୍କଙ୍କ ପୋଷ୍ଟର ହିନ୍ଦୀ ଓ ଓଡ଼ିଆ ଭାଷାରେ ଲଗାଯାଇଛି। ପୋଷ୍ଟରରେ ରହିଛି ସବିଶେଷ ବିବରଣୀ। ମହିଳାଙ୍କ ଉଚ୍ଚତା ୫ ଫୁଟ ୩ ଇଞ୍ଚ୍ । ବର୍ଣ୍ଣ ଗହମ ରଙ୍ଗ। ମହିଳାଙ୍କ ଗଠନ ମଧ୍ୟମ। ତାଙ୍କ ଡାହାଣ ହାତ କହୁଣୀ ତଳକୁ ଏକ ଟାଟୁ ଅଛି।
ବୟସ ୩୦ ରୁ ୩୫ ବର୍ଷ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.