ଯାଜପୁରରେ ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ, ପ୍ରଥମେ ଟିକା ନେଇ ଏହାର ଉଦଘାଟନ କଲେ ଜିଲ୍ଲାପାଳ

ଯାଜପୁର: ଆଜି ଠାରୁ ରାଜ୍ୟରେ ଆରମ୍ଭ ହୋଇଛି ସମ୍ମୁଖ ଯୋଧ୍ୟା ମାନଙ୍କ ପାଇଁ କୋରୋନା ଟୀକାକରଣ। ଏହି ପରିପେକ୍ଷୀରେ ଯାଜପୁରରେ ମଧ୍ଯ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ। ଯାଜପୁର ଜିଲ୍ଲାପାଳଙ୍କ ଅଫିସ ପରିସରରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ନିଜେ ପ୍ରଥମେ ଟିକା ନେଇ ଏହାର ଉଦଘାଟନ କରିଛନ୍ତି।

vaccinationଏହି ସମୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଅକ୍ଷୟ କୁମାର ମଲିକ, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ପୂର୍ବତନ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ମଧ୍ୟ କୋରନା ଟିକା ନେଇଥିଲେ। ସେହିପରି ଯାଜପୁର ଏସ ପି ରାହୁଲ ପି ଆର ମଧ୍ୟ ଏହି ଟିକା ନେଇଛନ୍ତି। ଟିକା ନେବାର ଅଧ ଘଂଟା ପର୍ଯ୍ୟନ୍ତ ପ୍ରଶାସନିକ ଅଧିକାରୀ ମାନେ ବିଶ୍ରାମ ନେଇଥିଲେ। ଏହି ଟିକା ପାଇଁ କେହି ଭୟ କରିବା ଉଚିତ ନୁହେଁ ବୋଲି ଜିଲ୍ଲାପାଳ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.