Honda କମ୍ପାନୀର ଏହି ଗାଡି ଗୁଡିକ ଉପରେ ମିଳୁଛି ବମ୍ପର ଅଫର, ଶୀଘ୍ର କିଣି ଲାଭ ଉଠାନ୍ତୁ

ପୂର୍ବ ସୂଚନା ଅନୁଯାୟୀ ଅଟୋମୋବାଇଲ କମ୍ପାନୀ ଗୁଡିକ ମାର୍ଚ୍ଚ ୩୧ ତାରିଖ ପରେ ଆଉ ବିଏସ ୪ ଗାଡି ଗୁଡିକର ବିକ୍ରି କରିପାରିବେ ନାହିଁ । ସୁପ୍ରିମ କୋର୍ଟଙ୍କ ଅନୁସାରେ ଆସନ୍ତା ଏପ୍ରିଲ ୧ ତାରିଖରୁ ଦେଶରେ କେବଳ ବିଏସ ୬ ଇଂଜିନ ଗାଡି ହିଁ ବିକ୍ରି ହେବ । ତେଣୁ କମ୍ପନୀ ନିଜ ନିଜ ବିଏସ ୪ ଇଂଜିନର ଗାଡି ଗୁଡିକୁ କ୍ଲିୟର କରିବାକୁ ଚାହୁଁଛନ୍ତି । ଏମିତିକି ଏପ୍ରିଲ ପହିଲାରୁ ବିଏସ ୪ ଗାଡି ଗୁଡିକର ପଞ୍ଜିକରଣ ମଧ୍ୟ ହେବ ନାହିଁ । ଅନ୍ୟାନ କମ୍ପାନୀ ଭିତରେ ଦେଶର ଅନ୍ୟତମ ବରିଷ୍ଠ କମ୍ପାନୀ ହୋଣ୍ଡା କମ୍ପାନୀ ନିଜ ଗାଡି ଗୁଡିକ ଉପରେ ଦେଉଥିବା ବିଭିନ୍ନ ଅଫର ଗୁଡିକ ବିଷୟରେ ଆସନ୍ତୁ ଜାଣିବା ।

one

Honda Amaze:

ହୋଣ୍ଡା ଆଂଯ଼େର ବିକ୍ରି ଉପରେ କମ୍ପାନୀ ୪୨ ହଜାର ଟଙ୍କା ପର୍ଯ୍ୟନ୍ତର ଛାଡ ଦେଉଛନ୍ତି । ଏହା ବାଦ ଏଥିରେ ୧୨ ହଜାର ଟଙ୍କାର ଆକ୍ସିଡେଣ୍ଟ ୱାରେଣ୍ଟି ସମେତ ଏକ୍ସଚେଞ୍ଜ ଉପରେ ୩୦,୦୦୦ ଟଙ୍କାର ଅତିରିକ୍ତ ଡ଼ିସକାଉଣ୍ଟ ମଧ୍ୟ ଦେଉଛି । କହି ରଖିବା ଉଚିତକି ହୋଣ୍ଡା ଅମାଜେର ଏକ୍ସ ସୋ ରୁମ ମୂଲ୍ୟ ୬,୦୯,୯୦୦ ଟଙ୍କାରୁ ଆରମ୍ଭ ହେଉଛି ।

two

Honda WR-V

କମ୍ପାନୀ ନିଜ ଏହି ଗାଡି ଉପରେ ୪୫ ହଜାର ଟଙ୍କା ପର୍ଯ୍ୟନ୍ତର ଛାଡ ଦେଉଛନ୍ତି । ଏଥିରେ ୨୫ ହଜାର ଟଙ୍କାର କ୍ୟାସ ଡ଼ିସକାଉଣ୍ଟ ସମେତ ୨୦ ହଜାର ଟଙ୍କାର ଏକ୍ସଚେଞ୍ଜ ବୋନସ ମିଳୁଛି ।

three

Honda Jazz:

କମ୍ପାନୀ ନିଜ ହୋଣ୍ଡା ଜାଜ ଗାଡି କିଣିବା ଉପରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତର ଲାଭ ଦେଉଛି । ଏଥିରୁ କ୍ୟାସ ଡ଼ିସକାଉଣ୍ଟ ଉପରେ ୨୫ ହଜାର ସହ ଏକ୍ସଚେଂଜ ଉପରେ ୨୫ ହଜାର ଟଙ୍କାର ଅତିରିକ୍ତ ଡ଼ିସକାଉଣ୍ଟ ମଧ୍ୟ ମିଳୁଛି । ଖାସ କଥା ହେଉଛି କମ୍ପାନୀ ନିଜ ଏହି ଅଫର ୨୦୧୯ ମଡେଲ ପେଟ୍ରୋଲ – ଡିଜେଲ ମଡେଲ ଉପରେ ଉପଲବ୍ଧ ହେବ ।

 

four

Honda City

ଭାରତରେ ସବୁଠୁ ଅଧିକ ପରିମାଣରେ ହୋଣ୍ଡାର ଏହି ଗାଡି ବିକ୍ରି ହୋଇଥାଏ । କମ୍ପାନୀ ନିଜ ଏହି ଗାଡି ଉପରେ ୭୨ ହଜାର ଟଙ୍କା ପର୍ଯ୍ୟନ୍ତର ଡ଼ିସକାଉଣ୍ଟ ଦେଉଛି । କମ୍ପାନୀର ପେଟ୍ରୋଲ ଓ ଡିଜେଲ ଉଭୟ ଭର୍ଜନ ବିଏସ ୪ ଗାଡି ମଡେଲ କିଣିବା ଉପରେ ୩୨ ହଜାର ଟଙ୍କାର କ୍ୟାସ ଡ଼ିସକାଉଣ୍ଟ ସମେତ ୩୦ ହଜାର ଟଙ୍କା ପର୍ଯ୍ୟନ୍ତର ଅତିରିକ୍ତ ଛାଡ ମଧ୍ୟ ଦେଉଛନ୍ତି ।

 

five

Honda BR- V

ହୋଣ୍ଡା ବିଆର -ଭି ଉପରେ ସମୁଦାୟ ଏକ ଲକ୍ଷ ୧୦ ହଜାର ପର୍ଯ୍ୟନ୍ତର ଡ଼ିସକାଉଣ୍ଟ ଦିଆ ଯାଉଛି । ଏଥିରେ ୩୩,୫୦୦ ଟଙ୍କା ପର୍ଯ୍ୟନ୍ତର କ୍ୟାସ ଡ଼ିସକାଉଣ୍ଟ ସମେତ , ୫୦ ହଜାର ଟଙ୍କାର ଏକଚେଂଜ ବୋନସ ସହ ୨୬,୫୦୦ ଟଙ୍କା ଏକ୍ସସିରିଜ ମିଳିବ ।

Honda Civic

ହୋଣ୍ଡା ସିଭିକ ଗାଡି ଉପରେ ଏକ ଲକ୍ଷ ୨୫ ହଜାର ଟଙ୍କା ପର୍ଯ୍ୟନ୍ତର କ୍ୟାସ ଡ଼ିସକାଉଣ୍ଟ ସୁବିଧା ଦେଉଛି । ଏହି କାର ବିଏସ ୪ ମଡେଲ ଉପରେ ଏକ ଲକ୍ଷ ୨୫ ହଜାର ଟଙ୍କା ପର୍ଯ୍ୟନ୍ତର ଛାଡ ଦେଉଛି ।

 

Leave A Reply

Your email address will not be published.