Below header

ଏବେ ଆଧାର ଅପଡେଟ୍‌ ପାଇଁ ଅନଲାଇନ୍‌ ରେ ନିଅନ୍ତୁ ଆପଏଣ୍ଟମେଣ୍ଟ, ଜାଣନ୍ତୁ କିପରି

ଯଦି ଆପଣ ଆଧାରକାର୍ଡରେ କିଛି ଅପଡେଟ୍‌ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଏଥିପାଇଁ ଡାକଘର କିମ୍ବା ଆଧାର ସେବା କେନ୍ଦ୍ରକୁ ଯିବାକୁ ପଡିବ। ଏହା ନୁହେଁ ଯେ ଆପଣଙ୍କ ଆଧାର ଅପଡେଟ୍‌ ସାଙ୍ଗେ ସାଙ୍ଗେ ହୋଇଯିବ ବରଂ ଏଥିପାଇଁ ପ୍ରଥମେ ଆପଣଙ୍କୁ ଆପଏଣ୍ଟମେଣ୍ଟ ନେବାକୁ ପଡିଥାଏ। ଏଥିପାଇଁ ଆପଣ ଆଧାର ସେବାକେନ୍ଦ୍ରକୁ ନଯାଇ ଅନଲାଇନ୍‌ ଜରିଆରେ ମଧ୍ୟ ଆପଏଣ୍ଟମେଣ୍ଟ ନିଅନ୍ତୁ ଏବଂ ପରେ ଅପଡେଟ୍‌ କରିବା ପାଇଁ ଆଧାର ସେବାକେନ୍ଦ୍ର ଯାଆନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଟଙ୍କା ଏବଂ ସମୟ ବଞ୍ଚିଥାଏ। ତେବେ ଆସନ୍ତୁ ଜାଣିବା ଆପଏଣ୍ଟପେଣ୍ଟ ବୁକିଂ କରିବାର ପ୍ରକ୍ରିୟା. . .

ଆଧାରକାର୍ଡ ଅପଡେଟ୍‌ ଏବଂ ନୂଆ ପଞ୍ଜିକରଣ ପାଇଁ ଦିଲ୍ଲୀ, ବାଙ୍ଗାଲୁରୁ, ମୁମ୍ବାଇ, ଲକ୍ଷ୍ନୌ, ଚେନ୍ନାଇ ସମେତ ଦେଶର ଅନେକ ପ୍ରମୁଖ ସହରରେ ଆଧାର ସେବା କେନ୍ଦ୍ର ସ୍ଥାପନା କରାଯାଇଛି। କୌଣସି ବି ଆଧାର ସେବା କେନ୍ଦ୍ରରେ ଆଧାର ଅପଡେଟ୍‌ କରିବା ପାଇଁ ଆପଏଣ୍ଟମେଣ୍ଟ ବୁକ୍‌ କରିବା ପାଇଁ ଆପଣଙ୍କୁ https://appointments.uidai.gov.in/ କୁ ଯିବାକୁ ପଡିବ। ଏହାପରେ ସେଠାରେ ଆପଣ My Aadhaar ର ବିକଳ୍ପ ଉପରେ କ୍ଲିକ୍‌ କରନ୍ତୁ। ଏହାପରେ ତଳେ ଦିଆଯାଇଥିବା ବିକଳ୍ପରେ Book An Appointment ର ବିକଳ୍ପ ଉପରେ କ୍ଲିକ୍‌ କରନ୍ତୁ।

aadhaar-onlineବର୍ତ୍ତମାନ ଯେଉଁ ନୂଆ ପେଜ୍‌ ଖୋଲିବ ସେଠାରେ ଆପଣଙ୍କୁ ପ୍ରଥମ ସହର କିମ୍ବା ଲୋକେଶନ ବାଛିବାକୁ ପଡିବ। ଏହାପରେ ଆପଣଙ୍କୁ ତଳେ ଦିଆଯାଇଥିବା Book Appointment ବିକଳ୍ପ ଉପରେ କ୍ଲିକ୍‌ କରିବାକୁ ପଡିବ। ଏବେ ଏକ ନୂଆ ପେଜ୍‌ ଖୋଲିବ। ଏଠାରେ ଆପଣଙ୍କ ସାମ୍ନାରେ ୩ଟି ବିକଳ୍ପ ରହିବ। ସେଗୁଡିକ ହେଉଛି, ଆଧାର ଅପଡେଟ୍‌, ନୂଆ ଆଧାର ଏବଂ ମ୍ୟାନେଜ୍‌ ଆପଏଣ୍ଟମେଣ୍ଟ। ବର୍ତ୍ତମାନ ନୂଆ ପେଜ୍‌ ଖୋଲିବା ପରେ ଆପଣଙ୍କୁ ଆଧାର ଅପଡେଟ୍‌ କିମ୍ବା ଏନରୋଲମେଣ୍ଟସ୍‌ ଚୟନ କରିବାକୁ ପଡିବ। ସେହିଭଳି ଯଦି ଆପଣ ଆଧାର ଅପଡେଟ୍‌ ର ବିକଳ୍ପ ଚୟନ କରୁଛନ୍ତି ତେବେ ଆପଣଙ୍କ ସାମ୍ନାରେ ଆପଏଣ୍ଟମେଣ୍ଟର ସମ୍ପୂର୍ଣ୍ଣ ତଥ୍ୟ ଆସିଯିବ, ଯାହା ଚେକ୍‌ ହେବା ସହ ଆପଣଙ୍କ ବୁକିଂ ମଧ୍ୟ ହୋଇଯିବ। କିମ୍ବା ଆପଣ ଆଧାରସେବା କେନ୍ଦ୍ରକୁ ଯାଇ ଅପଡେଟ୍‌ କରିପାରିବେ।

ଏପରି ସର୍ଚ୍ଚ କରନ୍ତୁ ଆଧାର ଅପଡେସନ ଏବଂ ପଞ୍ଜିକରଣ କେନ୍ଦ୍ର:

ଆପଣ https://appointments.uidai.gov.in/ କୁ ଯିବା ପରେ ସେଠାରେ ଆପଣଙ୍କୁ ୩ଟି ବିକଳ୍ପ ଷ୍ଟେଟ୍‌, ପୋଷ୍ଟାଲ କୋଡ୍‌ ଏବଂ ସର୍ଚ୍ଚ ବକ୍ସ ଦେଖାଯିବ। ଏସବୁ ମଧ୍ୟରୁ କୌଣସି ବି ବିକଳ୍ପ ଜରିଆରେ ଆପଣ ନିଜ ପାଖାପାଖି ଆଧାର ଅପଡେସନ୍‌ ସେଣ୍ଟର ସର୍ଚ୍ଚ କରିପାରିବେ। ଏଠାରେ ଆପଣଙ୍କୁ ନିଜ ରାଜ୍ୟ ବାଛିବାକୁ ପଡିବ। ଏହାପରେ ଜିଲ୍ଲା ଚୟନ କରିବାକୁ ପଡିବ। ଏହାପରେ ଉପଜିଲ୍ଲାପାଳ ଏବଂ ଗାଁ ଓ ସହର ଚୟନ କରିବାକୁ ପଡିବ। ଏହାପରେ ତଳେ ଲେଖାଯାଇଥିବା କାପ୍ଚା କୋଡ୍‌ ରେ ଦାଖଲ କରିବାକୁ ପଡିବ। ଶେଷରେ Locate a Centre ରେ କ୍ଲିକ୍‌ କରିବାକୁ ପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.