Below header

ଭାରତରେ ଆରମ୍ଭ Husqvarna Svartpilen 250 ଏବଂ Vitpilem 250 ର ଡେଲିଭରୀ, ଦାମ୍‌ ରହିଛି ବହୁତ କମ୍‌

ଆପଣ ସ୍ପିଡ ବାଇକ୍‌ କିଣିବାକୁ ଚାହୁଁଛନ୍ତି। ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ସ୍ୱଦେଶୀ ବାଇକ ନିର୍ମାତା କମ୍ପାନୀ Husqvarna ଭାରତରେ ଲଞ୍ଚ କରିଛି Husqvarna Svartpilen 250 ଏବଂ Vitpilem 250 ବାଇକ୍‌। ଲଞ୍ଚିଂର କିଛିଦିନ ପରେ କମ୍ପାନୀ ଭାରତର ଗ୍ରାହକଙ୍କ ପାଇଁ ଡେଲିଭରୀ କରିବା ଆରମ୍ଭ କରିଦେଇଛି। ଏହି ଦୁଇଟି ଯାକ ବାଇକ୍‌ରେ KTM 250 Duke ର ଇଞ୍ଜିନ ଦିଆଯାଇଛି।
ଏହି ଦୁଇ ବାଇକର ମୂଲ୍ୟ କମ୍ପାନୀ ୧.୮୦ ଲକ୍ଷ ଟଙ୍କା ରଖିଛି। Duke ର ୨୫୦ ସିସି ଇଞ୍ଜନର ପାଓ୍ଵାର ଏବଂ ଏହି ଦୁଇଟି ବାଇକର ଇଞ୍ଜନ ଏକାଭଳି। Husqvarna ର ବାଇକର ମୂଲ୍ୟ KTM 200, Duke 250 ଠାରୁ ୨୦ ହାଜର ଟଙ୍କା କମ୍‌ ରହିଛି।

bb

ଏହି ଦୁଇଟି ଗାଡିରେ USD ଫ୍ରଣ୍ଟ ଫିଚର୍ସ, ରିଅରରେ ପ୍ରୋ ଲିଡ ଆଡଜଷ୍ଟବଲ ମୋନୋଶକ ଏବଂ Disc ବ୍ରେକ ସହିତ ଡୁଆଲ ଚ୍ୟାନେଲABS ମିଳିଛି। ଇଞ୍ଜନ ଏବଂ ପାଓ୍ଵାର ସହିତ ଦୁଇଟି ବାଇକରେ249 cc , ସିଙ୍ଗଲ ସିଲଣ୍ଡର, ଲିକ୍ୱିଡ କୁଲଡ ଇଞଜନ ଦିଆଯାଇଛି। ଏହାସହିତ 29.6 bhp ପାଓ୍ଵାର ଏବଂ ୨୪Nm ର ଟର୍କ ଜେନେରେଟ କରାଯାଇଛି। ଏହି ଇଞ୍ଜନରେ ୬ ସ୍ପିଡ ଗିଅରବକ୍ସ ଲେସ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.