Below header

ହ୍ୟୁଣ୍ଡାଇ ଲଞ୍ଚ୍‌ କଲା Vernaର ନୂଆ ବେସ୍‌ ଭେରିଏଣ୍ଟ, ବର୍ତ୍ତମାନର ମଡେଲରୁ ୨୮,୦୦୦ ହଜାର କମ୍‌ ରହିଛି ଦାମ୍‌

ହ୍ୟୁଣ୍ଡାଇ ନିଜ ଲୋକପ୍ରିୟ ସେଡାନ୍‌ କାର Verna ର ନୂଆ ଏଣ୍ଟ୍ରି ଲେବଲ ଇ ଭେରିଏଣ୍ଟକୁ ଭାରତରେ ଲଞ୍ଚ୍‌ କରିଛି। ଏହାର ଖାସ୍‌ କଥା ହେଉଛି ଏହି କାର ବର୍ତ୍ତମାନର ଏଣ୍ଟ୍ରି ଲେବଲ ମଡେଲଠାରୁ ୨୮ ହଜାର ଟଙ୍କା କମ୍‌ ରହିଛି। ଏହି ପାର୍ବଣ ଋତୁରେ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ କମ୍ପାନୀ ଏହି ଶସ୍ତା ଇ ଭେରିଏଣ୍ଟକୁ ଆଣିଛି। ଏହାକୁ ଏସ୍‌ ଭେରିଏଣ୍ଟ ତଳେ ରଖାଯାଇଛି।

hyundai verna2

ଦାମ୍‌:

ହ୍ୟୁଣ୍ଡାଇ Verna ଇ ଭେରିଏଣ୍ଟକୁ ୯.୦୨ ଲକ୍ଷ ଟଙ୍କା (ଏକ୍ସ ଶୋରୁମ୍‌)ର ଦାମ୍‌ରେ ଲଞ୍ଚ୍‌ କରାଯାଇଛି। ଏହା ପୂର୍ବରୁ Verna ର ବେସ୍‌ ଏସ୍‌ ଭେରିଏଣ୍ଟକୁ ୯.୩୦ ଲକ୍ଷ ଟଙ୍କାରେ ବିକ୍ରି କରାଯାଉଛି। S‌ ଭେରିଏଣ୍ଟ ତୁଳନାରେ ଏହି E ଭେରିଏଣ୍ଟର କାର ୨୮ ହଜାର ଟଙ୍କା ଶସ୍ତା ରହିଛି। ଏହା ସହ ଅନ୍ୟ ଭେରିଏଣ୍ଟର ଦାମ୍‌କୁ ୮୦୦୦ ଟଙ୍କା ବଢ଼ାଇ ଦିଆଯାଇଛି। ଏହାର ଟପ୍‌ ଭେରିଏଣ୍ଟର ଦାମ୍‌ ୧୫.୧୮ ଲକ୍ଷ ରହିଛି।

hyundai verna3

ଇଞ୍ଜିନ୍‌:

ହ୍ୟୁଣ୍ଡାଇ ଭରନା E କୁ ୧.୫ ଲିଟର ପେଟ୍ରୋଲ ଇଞ୍ଜିନ୍‌ ସହ ଉପଲବ୍ଧ କରାଯିବ। ଏହି କାରରେ ୬ ସ୍ପିଡ୍‌ ମାନ୍ୟୁଆଲ ଗିଅରବକ୍ସ ମିଳିବ। ବେସ୍‌ ଭେରିଏଣ୍ଟ ହୋଇଥିବାରୁ ଏଥିରେ ଟଚ୍‌ ସ୍କ୍ରିନ୍‌ ଇନ୍‌ଫୋଟେନ୍‌ମେଣ୍ଟ ସିଷ୍ଟମ୍‌ ଭଳି କେତେକ ଫିଚର ଦିଆଯାଇନାହିଁ, ଯାହା ଏସ୍‌ ଭେରିଏଣ୍ଟରେ ମିଳୁଛି। ହ୍ୟୁଣ୍ଡାଇ ଭରନା E ରେ ସନ୍‌ଗ୍ଲାସ୍‌ ହୋଲ୍ଡର, ୟୁଏସ୍‌ବି ଚାର୍ଜର ଭଳି ଫିଚର ଦିଆଯାଇ ନାହିଁ।

ହ୍ୟୁଣ୍ଡାଇ ତରଫରୁ ଭରନା ଫେସ୍‌ଲିଫ୍ଟକୁ ମୋଟ ୧୧ ଭେରିଏଣ୍ଟ ଓ ୩ ଇଞ୍ଜିନ୍‌ ବିକଳ୍ପ ସହ ବଜାରରେ ଉପଲବ୍ଧ କରାଯାଇଛି। ଏଥିରେ ୬ଟି କଲର ଅପସନ୍‌ ଫେଣ୍ଟମ୍‌ ବ୍ଲାକ୍‌, ଫେରୀ ରେଡ୍‌, ପୋଲର ହ୍ଵାଇଟ୍‌, ଟାଇଫୁନ୍‌ ସିଲ୍ଵର, ଟାଇଟନ୍‌ ଗ୍ରେ ଓ ଷ୍ଟେରୀ ନାଇଟ୍‌ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.