କୋଭିଡରେ ସଂକ୍ରମିତ ହୋଇଥିଲେ ମଧ୍ୟ କାହିଁକି କିଛି ଜଣଙ୍କ ଠାରେ ଦେଖାଯାଏ ନାହିଁ କୌଣସି ଲକ୍ଷଣ

କୋଭିଡ ସଂକ୍ରମିତଙ୍କ ଠାରେ ସ୍ୱାଦ କି ଗନ୍ଧ ବାରି ନ ପାରିବା, ଖୁବ ଜୋରରେ ମୁଣ୍ଡ ବିନ୍ଧିବା, ଦେହ ହାତ ଘୋଳବିନ୍ଧା ହେବା, ଜ୍ୱର ଲାଗି ରହିବା ପରି ଲକ୍ଷଣ ମାନ ଦେଖାଯାଉଥିବା ବେଳେ କିଛି ଏମିତି ରୋଗୀ ଅଛନ୍ତି ଯାହାଙ୍କ ଠାରେ କୌଣସି ଲକ୍ଷଣ ଦେଖା ଯାଉନାହିଁ । କୌଣସି ଲକ୍ଷଣ ନଥିଲେ ବି ଟେଷ୍ଟ ପରେ ସେମାନଙ୍କ ରିପୋର୍ଟ ନେଗେଟିଭ ଆସୁଛି । ଲକ୍ଷଣ ଥିଲେ ଆଗୁଆ ସତର୍କତା ଅବଲମ୍ବନ କରାଯାଇ ଚିକିତ୍ସା ଆରମ୍ଭ କରି ଦିଆ ଯାଇପାରିବ କିନ୍ତୁ ଯଦି କିଛି ଲକ୍ଷଣ ନଥାଏ ତେବେ ଜଣେ ଆଗୁଆ ସତର୍କ ହେବେ ନାହିଁ କି ଯଥା ସମୟରେ ତାଙ୍କ ଚିକିତ୍ସା ମଧ୍ୟ ଆରମ୍ଭ ହୋଇପାରିବ ନାହିଁ । ତେଣୁ ଲକ୍ଷଣ ଥିବା ବ୍ୟକ୍ତିଙ୍କ ଅପେକ୍ଷା ବିନା ଲକ୍ଷଣ ବ୍ୟକ୍ତିଙ୍କ ଠାରୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଅଧିକ ଥାଏ । ଏମାନଙ୍କୁ ଚିହ୍ନଟ କରିବା କଷ୍ଟକର ଥିବା ବେଳେ ଅନ୍ୟମାନଙ୍କ ଅପେକ୍ଷା ଏମାନେ ସହଜରେ ଓ ଶୀଘ୍ର ସୁସ୍ଥ ହୋଇଥାନ୍ତି । ଏମାନେ ସେତେଟା ଶାରୀରିକ କଷ୍ଟ ଅନୁଭବ କରି ନଥାନ୍ତି ।

covid

ଆମେରିକାର ଆରିଜୋନା ସ୍ଥିତ ଏକ ବିଶ୍ୱବିଦ୍ୟାଳୟରେ କରାଯାଇଥିବା ଅଧ୍ୟୟନ ଅନୁଯାୟୀ, ଏହି କୋଭିଡ ଭାଇରସ କେତେକ ମଣିଷଙ୍କ ଶରୀରର କେତେ ଗୁଡିଏ କୋଷିକା ଉପରେ ଏକ ପ୍ରକାର ଭିନ୍ନ ପ୍ରଭାବ ପକାଇଥାଏ । ଫଳରେ ଶରୀରର ସମସ୍ତ ପ୍ରକାର କଷ୍ଟ ଦୂର ହୋଇଯାଏ । ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଏହା ଜଣାଯାଇଛିକି, କେଉଁ କାରଣ ପାଇଁ କିଛି ଜଣଙ୍କ ଠାରେ କୌଣସି ପ୍ରକାର ଲକ୍ଷଣ ଦେଖାଯାଏ ନାହିଁ କି ଏମାନେ କଷ୍ଟ ଅନୁଭବ କରିପାରନ୍ତି ନାହିଁ । କେତେକଙ୍କ ଶରୀରରେ ଏହି କୋଭିଡ ଭାଇରସ ପ୍ରବେଶ କରି ଶରୀରରେ ଯନ୍ତ୍ରଣାକାରୀ ଭାଇରସ ମାନଙ୍କୁ ଚପେଇ ଦେଇପାରେ ବା ନଷ୍ଟ କରିଦେଇପାରନ୍ତି । କିନ୍ତୁ ପ୍ରାରମ୍ଭିକ ସ୍ତରରେ ହିଁ ଏହା ସମ୍ଭବ ହୋଇପାରେ କିନ୍ତୁ ବେଳହୁଁ ସଚେତନ ନହେଲେ ପରବର୍ତ୍ତୀ ସମୟରେ ସ୍ଥିତି ଗମ୍ଭୀର ରୂପ ନେଇପାରେ ।

ୟୁଏସଏ ସ୍ଥିତ “ସେଣ୍ଟର ଅଫ ଡିଜିଜ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନ୍ଶନ” ତରଫରୁ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାୟୀ, ପ୍ରାଥମିକ ସ୍ତରରେ ହିଁ ସଂକ୍ରମଣ ବ୍ୟାପିବାର ସମ୍ଭାବନା ୪୦ ପ୍ରତିଶତ ଅଧିକ ଥାଏ । ଏଥିରୁ ଏହା ମଧ୍ୟ ସ୍ପଷ୍ଟ ହୋଇଛିଯେ, ଦୁଇ ଜଣ କୋଭିଡ ଭାଇରସରେ ଆକ୍ରାନ୍ତ ହେଉଥିଲେ ମଧ୍ୟ କାହିଁକି ସେମାନେ ଭିନ୍ନ ଭିନ୍ନ ଲକ୍ଷଣ ଅନୁଭବ କରିଥାନ୍ତି । କିଛି ଜଣଙ୍କ ଶରୀରରେ SARS କୋଭିଡ -2 ଭାଇରସ ଏକ ପ୍ରକାର ଭିନ୍ନ ଧରଣର ପ୍ରୋଟିନ ଉତ୍ପନ୍ନ କରିଥାଏ, ଯାହାକି ଶରୀରର ଅନ୍ୟାନ ଯନ୍ତ୍ରଣା ଉତ୍ପନ୍ନକାରୀ ସେଲ ମାନଙ୍କ ସହ ପ୍ରତିକ୍ରିୟା କରି ଏହାର ପ୍ରଭାବକୁ କମ କରିଦିଅନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.